Covid Cases Odisha: ରାଜ୍ୟରେ ଆଜି ୧୨୦୮ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ଗତ ୨୪ ଘଣ୍ଟାରେ ୧ ହଜାର ୨୦୮ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୦୨  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୦୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୯୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୫ଜଣ, ବାଲେଶ୍ଵରରୁ ୬୩ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୨୨ଜଣ, ବଲାଙ୍ଗୀରିରୁ ୫ଜଣ, କଟକରୁ ୧୭୩ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୧୫ଜଣ, ଗଜପତିରୁ ୧ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂପୁରରୁ ୬୦ଜଣ, ଯାଜପୁରରୁ ୫୭ଜଣ, ଝାରସୁଗୁଡାରୁ ୩ଜଣ, କଳାହଣ୍ଡିରୁ ୨ଜଣ, କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୩୨ଜଣ, କେଉଁଝରରୁ ୧୬ଜଣ, କୋରାପୁଟରୁ ୨ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୩୩ଜଣ, ନବରଙ୍ଗପୁରରୁ ୪ଜଣ, ନୟାଗଡ଼ରୁ ୨୫ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୫୮ଜଣ, ରାୟଗଡାରୁ ୮ଜଣ, ସମ୍ବଲପୁରରୁ ୨୪ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୨୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୪ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୪ ଲକ୍ଷ ୨୪ ହଜାର ୬୪୫ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୮୪ ହଜାର ୭୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୬୫୨ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୬୫ ହଜାର ୩୭୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: