Covid Cases Odisha: ରାଜ୍ୟରେ ଆଜି ୧୦୯୬ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ଗତ ୨୪ ଘଣ୍ଟାରେ ୧ ହଜାର ୯୬ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୫୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୮୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୦ଜଣ, ବାଲେଶ୍ଵରରୁ ୭୭ଜଣ, ବରଗଡ଼ରୁ ୧୧ଜଣ, ଭଦ୍ରକରୁ ୨୧ଜଣ, ବଲାଙ୍ଗୀରିରୁ ୭ଜଣ, କଟକରୁ ୯୨ଜଣ, ଦେଓଗଡ଼ରୁ ୧ଜଣ, ଢେଙ୍କାନାଳରୁ ୯ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂପୁରରୁ 58ଜଣ, ଯାଜପୁରରୁ ୬୮ଜଣ, ଝାରସୁଗୁଡାରୁ ୫ଜଣ, କଳାହଣ୍ଡିରୁ ୩ଜଣ, କନ୍ଧମାଳରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୩୬ଜଣ, କେଉଁଝରରୁ ୧୩ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୩୨ଜଣ, ନୟାଗଡ଼ରୁ ୨୯ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୪୮ଜଣ, ରାୟଗଡାରୁ ୬ଜଣ, ସମ୍ବଲପୁରରୁ ୮ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୨୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୨ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୪ ଲକ୍ଷ ୯୧ ହଜାର ୪୧୫ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୮୫ ହଜାର ୮୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୫୫୮ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୬୬ ହଜାର ୯୨୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ହଜାର ୪୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: