Covid-19 Odisha : ରାଜ୍ୟରେ କମିଛି କରୋନା ସଂକ୍ରମଣ, ଆଜି ୫୯୦୧ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ (Odisha) କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା ଆଜି କମିଛି। ରାଜ୍ୟରୁ ୫ ହଜାର ୯୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୭୩୯ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୪୧୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୪୮୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୯୩ଜଣ, ବାଲେଶ୍ଵରରୁ ୩୦୦ଜଣ, ବରଗଡ଼ରୁ ୧୦୨ଜଣ, ଭଦ୍ରକରୁ ୯୬ଜଣ, ବଲାଙ୍ଗୀରିରୁ ୧୮୪ଜଣ, ବୌଦରୁ ୭୮ଜଣ, କଟକରୁ ୪୦୨ଜଣ, ଦେଓଗଡ଼ରୁ ୮୯ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୬୯ଜଣ, ଗଞ୍ଜାମରୁ ୯୫ଜଣ, ଜଗତସିଂପୁରରୁ ୮୨ଜଣ, ଯାଜପୁରରୁ ୧୯୧ଜଣ, ଝାରସୁଗୁଡାରୁ ୬୩ଜଣ, କଳାହାଣ୍ଡିରୁ ୧୬୮ଜଣ, କନ୍ଧମାଳରୁ ୮୬ଜଣ, କେନ୍ଦ୍ରାପଡ଼ାରୁ ୧୪୪ଜଣ, କେଉଁଝରରୁ ୧୨୮ଜଣ, କୋରପୁଟରୁ ୬୪ଜଣ, ମାଲକାନଗିରିରୁ ୫୫ଜଣ, ମୟୁରଭଞ୍ଜରୁ ୧୪୯ଜଣ, ନବରଙ୍ଗପୁରୁ ୧୧୩ଜଣ, ନୟାଗଡ଼ରୁ ୧୮୦ଜଣ, ନୂଆପଡ଼ାରୁ ୧୮୯ଜଣ, ପୁରୀରୁ ୧୧୭ଜଣ, ରାୟଗଡାରୁ ୧୦୧ଜଣ, ସମ୍ବଲପୁରରୁ ୧୩୮ଜଣ, ସୋନପୁରରୁ ୮୬ଜଣ, ସୁନ୍ଦରଗଡରୁ ୫୪୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୩ ଲକ୍ଷ ୮୨ ହଜାର ୧୨୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୩୧ହଜାର ୧୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୭୮ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୫୨ ହଜାର ୨୩୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦ ହଜାର ୩୨୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: