Inter Caste Marriage: ଆନ୍ତଃଜାତି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ

Share this:

ଭୁବନେଶ୍ଵର: Inter Caste Marriage In Odisha ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ଉପରେ ତଥ୍ୟ ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ, ୨୦୨୦-୨୧ରେ ୨୮୨୮ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ୨୦୨୧-୨୨ରେ ୨୭୬୮ ନିର୍ଯାତନା ମାମଲା ଦାୟର ହୋଇଛି। ଜାତିଗତ ନିର୍ଯାତନା ମାମଲା ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଡକ୍ଟର ଅଠାୱଲେ ଜୋର ଦେଇ କହିଥିଲେ।

ସେହିପରି ଦିବ୍ୟାଙ୍ଗ, ବୟସ୍କ, ବିଧବାମାନଙ୍କର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଏବଂ ବିଧବାମାନଙ୍କୁ ମାସିକ ୫୦୦ ଟଙ୍କାର ପେନସନ ମିଳୁଛି। ଯାହା କେନ୍ଦ୍ରସରକାର ଦେଉଛନ୍ତି। ପେନସନ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଡକ୍ଟର ଅଠାୱଲେ ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ଓଡ଼ିଶାରେ ଏସବୁ ଯୋଜନାର କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ତଥ୍ୟ ଅନୁଯାୟୀ, ସାରା ଦେଶରେ ୪୬.୨୫ କୋଟି ପିଏମ ଜନ ଧନ ଯୋଜନା ଆକାଉଣ୍ଟ (PM Jandhan Yojona Accout) ଖୋଲାଯାଇଥିବା ବେଳେ ଓଡ଼ିଶାରେ ଏବେ ସୁଦ୍ଧା ୧ କୋଟି ୯୧ ଲକ୍ଷ ୨୦ ହଜାର ଆକାଉଣ୍ଟ ଖୋଲାଯାଇଛି।

ସେହିପରି, ପିଏମ ମୁଦ୍ରା ଯୋଜନା ଅଧୀନରେ ଏବେ ସୁଦ୍ଧା ଦେଶରେ ୩୬.୩୩ କୋଟି ଲୋକ ଲାଭାନ୍ବିତ ହୋଇଛନ୍ତି। ଅନ୍ୟପଟେ ଓଡ଼ିଶାରେ ଏହି ଯୋଜନାର ୨ କୋଟି ୪୫ ଲକ୍ଷ ୫୦ ହଜାର ହିତାଧିକାରୀ ରହିଛନ୍ତି । ପିଏମ ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର ୫୨ ଲକ୍ଷ ୯୪ ହଜାର ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଏବେ ସୁଦ୍ଧା ଦେଶରେ ୬୨.୨୨ ଲକ୍ଷ ଲୋକଙ୍କୁ ବାସଗୃହ ମିଳିଛି। ଓଡ଼ିଶାରେ ଏହି ଯୋଜନାରେ ୧ ଲକ୍ଷ ୮ ହଜାର ହିତାଧିକାରୀ ଲାଭବାନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସାରା ଦେଶରେ ୨ କୋଟି ୪୦ ଲକ୍ଷ ୩୬ ହଜାର ଲୋକ ଲାଭାନ୍ବିତ ହୋଇଥିବା ବେଳେ ଓଡ଼ିଶାରେ ୧୮ ଲକ୍ଷ ଗ୍ରାମୀଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠାୱଲେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ। ଏସବୁ ଯୋଜନାର ଅଗ୍ରଗତି ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Read Also | Odisha Floods Report: ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ, ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *