Covid-19 Odisha Report: ରାଜ୍ୟରେ କମୁଛି Corona ସଂକ୍ରମଣ, ଆଜି ୨୬୯୭ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid-19 Report ଓଡିଶାରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ କମୁଛି। ଆଜି ୨ ହଜାର ୬୯୭ ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୪୩୫ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୫୬୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୨୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୫୫ଜଣ, ବାଲେଶ୍ଵରରୁ ୭୩ଜଣ, ବରଗଡ଼ରୁ ୫୩ଜଣ, ଭଦ୍ରକରୁ ୪୮ଜଣ, ବଲାଙ୍ଗୀରିରୁ ୯୮ଜଣ, ବୌଦରୁ ୪୮ଜଣ, କଟକରୁ ୧୩୮ଜଣ, ଦେଓଗଡ଼ରୁ ୩୯ଜଣ, ଢେଙ୍କାନାଳରୁ ୪୦ଜଣ, ଗଜପତିରୁ ୫୯ଜଣ, ଗଞ୍ଜାମରୁ ୧୬ଜଣ, ଜଗତସିଂପୁରରୁ ୬୭ଜଣ, ଯାଜପୁରରୁ ୧୨୭ଜଣ, ଝାରସୁଗୁଡାରୁ ୩୬ଜଣ, କଳାହାଣ୍ଡିରୁ ୯୫ଜଣ, କନ୍ଧମାଳରୁ ୩୪ଜଣ, କେନ୍ଦ୍ରାପଡ଼ାରୁ ୪୦ଜଣ, କେଉଁଝରରୁ ୪୪ଜଣ, କୋରପୁଟରୁ ୪୧ଜଣ, ମାଲକାନଗିରିରୁ ୧୮ଜଣ, ମୟୁରଭଞ୍ଜରୁ ୧୨୮ଜଣ, ନବରଙ୍ଗପୁରୁ ୭୫ଜଣ, ନୟାଗଡ଼ରୁ ୯୬ଜଣ, ନୂଆପଡ଼ାରୁ ୭୫ଜଣ, ପୁରୀରୁ ୬୩ଜଣ, ରାୟଗଡାରୁ ୮୫ଜଣ, ସମ୍ବଲପୁରରୁ ୮୫ଜଣ, ସୋନପୁରରୁ ୨୯ଜଣ, ସୁନ୍ଦରଗଡରୁ ୨୯୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୮ ଲକ୍ଷ ୭୨ ହଜାର ୯୮୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୨ ହଜାର ୧୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୪୮୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୨୨ ହଜାର ୮୬୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାର ୪୯୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | ଆସିଲା ନୂଆ RT-PCR କିଟ୍, ମାତ୍ର ୪୫ ମିନିଟରେ ହେବ Omicron ସହିତ Covid ଟେଷ୍ଟ

Share this: