Covid-19:ଓଡ଼ିଶାରୁ ଆଜି ଆଉ ୪୪୬୯ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୫୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୯୨୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୧୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୨୬ଜଣ, ବାଲେଶ୍ଵରରୁ ୩୧୮ଜଣ, ବରଗଡ଼ରୁ ୮୫ଜଣ, ଭଦ୍ରକରୁ ୧୬୫ଜଣ, ବଲାଙ୍ଗୀରିରୁ ୫୬ଜଣ, ବୌଦ୍ଧରୁ ୯୦ଜଣ, କଟକରୁ ୪୧୩ଜଣ, ଦେଓଗଡ଼ରୁ ୨୩ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୨୬ଜଣ, ଗଞ୍ଜାମରୁ ୪୩ଜଣ, ଜଗତସିଂପୁରରୁ ୧୪୦ଜଣ, ଯାଜପୁରରୁ ୩୭୦ଜଣ, ଝାରସୁଗୁଡାରୁ ୨୭ଜଣ, କଳାହାଣ୍ଡିରୁ ୯୨ଜଣ, କନ୍ଧମାଳରୁ ୨୮ଜଣ, କେନ୍ଦ୍ରାପଡ଼ାରୁ ୫୯ଜଣ, କେଉଁଝରରୁ ୯୬ଜଣ, କୋରାପୁଟରୁ ୮୭ଜଣ, ମୟୁରଭଞ୍ଜରୁ ୨୧୬ଜଣ, ମାଲକାନଗିରିରୁ ୭୫ଜଣ, ନବରଙ୍ଗପୁରରୁ ୧୧୮ଜଣ, ନୟାଗଡ଼ରୁ ୧୨୮ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୨୪୩ଜଣ, ରାୟଗଡାରୁ ୧୩୭ଜଣ, ସମ୍ବଲପୁରରୁ ୬୧ଜଣ, ସୋନପୁରରୁ ୬୦ଜଣ, ସୁନ୍ଦରଗଡରୁ ୧୦୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୬ ଲକ୍ଷ ୫୨ ହଜାର ୩୯୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୫୧ହଜାର ୭୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୫୭୮ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୮୯ ହଜାର ୬୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯ ହଜାର ୩୬୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Maharashtra:ମହାରାଷ୍ଟ୍ରରେ ପୁଣିଥରେ ବିଜେପି-ଶିବସେନା ସରକାର ଗଠନ ହେବ!

[amazon_auto_links id=”9932″]

Share this: