Corona Virus India: ପୁଣି ଦେଶରେ ବଢିଲା କରୋନା ସଂକ୍ରମଣ; ୪ ରାଜ୍ୟକୁ ଗଲେ କେନ୍ଦ୍ରୀୟଟିମ, ପରେ ଅନ୍ୟରାଜ୍ୟ

Share this:

ନୂଆଦିଲ୍ଲୀ: ଦେଶରେ କରୋନା (Corona Virus) ଅନିୟନ୍ତ୍ରିତ ହୋଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ଯେଉଁ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳରେ କୋଭିଡ-୧୯  (Covid-19) ମାମଲା ପୁଣି ବଢି ଯାଇଛି, କେନ୍ଦ୍ର ସରକାର ସେଠାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଦଳ ପଠାଇବାକୁ ଚିନ୍ତା କରୁଛନ୍ତି।

ସୂଚନା ଅନୁସାରେ ହରିୟାଣା (Haryana), ରାଜସ୍ଥାନ (Rajasthan), ଗୁଜୁରାଟ (Gujarat) ଏବଂ ମଣିପୁର (Manipur) ପ୍ରଶାସନକୁ କୋଭିଡ଼-୧୯ ମାମଲାର ଭୂତାଣୁ ବିସ୍ତାର, ନିୟନ୍ତ୍ରଣ, ଅନୁସନ୍ଧାନ ଏବଂ ପ୍ରଭାବଶାଳୀ କ୍ଲିନିକାଲ ପରିଚାଳନାରେ ସହାୟତା କରିବାକୁ କେନ୍ଦ୍ରସରକାର ଗୁରୁବାର ଦିନ ଏହି ରାଜ୍ୟଗୁଡିକୁ ଉଚ୍ଚ ସ୍ତରୀୟ ଦଳ ପଠାଇଛି। ଶୁକ୍ରବାର ଦିନ ପ୍ରକାଶିତ ବିବୃତ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ କେନ୍ଦ୍ର ସରକାର ଉଚ୍ଚ ସ୍ତରୀୟ ଦଳ ପଠାଇବାକୁ ଚିନ୍ତା କରୁଛନ୍ତି ଯେଉଁଠାରେ କୋଭିଡ-୧୯ ମାମଲା ବଢୁଛି।

ଏହି ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଦ୍ରୁତ ତଥା ସର୍ବାଧିକ ସଂଖ୍ୟକ ଅନୁସନ୍ଧାନ କୌଶଳ ଅବଲମ୍ବନ କରିବାକୁ କହିଛନ୍ତି ଯାହା ଦ୍ଵାରା କୋଭିଡ-୧୯ ର ସମସ୍ତ ମାମଲା ଠିକ୍ ସମୟରେ ଅନୁସନ୍ଧାନ କରାଯାଇପାରିବ। ଯେଉଁମାନେ ସଂକ୍ରମିତମାନଙ୍କ ସହ ଯୋଗାଯୋଗ କରନ୍ତି ସେମାନଙ୍କ ଅନୁସନ୍ଧାନ କରାଯାଇପାରିବ, ନିଷିଦ୍ଧ ଅଞ୍ଚଳଗୁଡିକ ସ୍ଥିର କରାଯାଇପାରିବ ଏବଂ ଚିକିତ୍ସା ଇତ୍ୟାଦି ନିଆଯାଇପାରିବ।

ମନ୍ତ୍ରଣାଳୟ ଗୁରୁବାର ଦିନ ପୁଣି କହିଛି ଯେ ଦିଲ୍ଲୀ (Delhi) ରେ କୋଭିଡ -୧୯ ର ନୂତନ ରୋଗର ପ୍ରଭାବ ତଥା ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

ସୂଚନାଯୋଗ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ଆଠଟା ସମୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଶୁକ୍ରବାର ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ ସଂକ୍ରମଣର ୯୦ ଲକ୍ଷ ୪ ହଜାର ୩୬୫ ମାମଲା ରହିଥିଲା। କରୋନା ମାମଲାରେ ଏପର୍ଯ୍ୟନ୍ତ ୧ ଲକ୍ଷ ୩୨ ହଜାର ୧୬୨ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ୫୮୪ ଜଣଙ୍କର ମୃତ୍ୟୁ ଘଟିଛି।

Also Read | BTS 2020: ବର୍ତ୍ତମାନ ଭାରତର ବୈଷୟିକ ସମାଧାନକୁ ବିଶ୍ୱବ୍ୟାପୀ ପ୍ରୟୋଗ କରିବାର ସମୟ ଉପନୀତ: ପ୍ରଧାନମନ୍ତ୍ରୀ ମୋଦୀ

[amazon_auto_links id=”9939″]

Share this: