ଟୀକା ପାଇଁ ଡାକିଥିବା Global Tender, ଟୀକା କମ୍ପାନୀ ଦେବେ ରାଜ୍ୟକୁ ଝଟକା!

Share this:

ନୂଆଦିଲ୍ଲୀ: କିଛି ଦିନ ତଳେ ଦେଶର ଅନେକ ରାଜ୍ୟ କରୋନା ଟୀକା (Corona Vaccine) ପାଇବା ପାଇଁ ସିଧାସଳଖ Global Tender ଡ଼ାକିଥିଲେ। ଆଉ ବହୁତ ରାଜ୍ୟ ନିଜ ରାଜ୍ୟବାସୀଙ୍କୁ ଆଶ୍ଵାସନା ଦେଇଥିଲେ ଯେ ଟୀକା ଆଣିଲେ ଜନସାଧାରଣଙ୍କୁ ଯୋଗାଇଦେବେ। ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଏବେ ଝଟକା ଲାଗିବା ଆରମ୍ଭ କରିଛି।

ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କୋଭିଡ-୧୯ ଟିକା (Covid-19 Vaccine) ତିଆରି କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ କମ୍ପାନୀ ସିଧାସଳଖ ରାଜ୍ୟକୁ ଟିକା ବିକ୍ରୟ କରିବେ ନାହିଁ, କେବଳ କେନ୍ଦ୍ର ସରକାରଙ୍କ ସହ କାରବାର କରିବେ।

କେଜ୍ରିୱାଲ କହିଛନ୍ତି ଯେ ଆମେ ଟିକା ପାଇଁ ଫାଇଜର (pfizer)ଏବଂ ମୋଡର୍ନା (Moderna) ଙ୍କ ସହ କଥା ହୋଇଥିଲୁ ଏବଂ ଉଭୟ କମ୍ପାନୀ ଏହି ଟିକାକୁ ସିଧାସଳଖ ବିକ୍ରୟ କରିବାକୁ ମନା କରିଦେଇଛନ୍ତି। ସେମାନେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେମାନେ କେବଳ ଭାରତ ସରକାରଙ୍କ ସହ କଥା ହେବେ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ କେଜ୍ରିୱାଲ କହିଛନ୍ତି ଯେ ଏହି ଟିକା ଆମଦାନି କରି ରାଜ୍ୟମାନଙ୍କୁ ବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି। ଏହାପୂର୍ବରୁ ପଞ୍ଜାବ ସରକାର ଏହା ମଧ୍ୟ କହିଛନ୍ତି ଯେ ଆମେରିକୀୟ କମ୍ପାନୀ ମୋଡର୍ନା  ଟିକାକୁ ସିଧାସଳଖ ରାଜ୍ୟକୁ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି।

Also Read | Kerala:ଜଣେ ମୁସଲମାନ ମହିଳା କରୁଛନ୍ତି ୧୪ ଘଣ୍ଟା ହିନ୍ଦୁମାନଙ୍କ ଶବଦାହ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *