Odisha Covid19: ଆଜି ରାଜ୍ୟରେ ଆଉ ୨୮୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୭ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୮୪୨  ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୨୨୭କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୩୪ ଜଣ, କଟକରୁ ୨୩୭ଜଣ, ଅନୁଗୋଳରୁ ୧୧୯ଜଣ, ବରଗଡ଼ରୁ ୯୩ଜଣ, ଯାଜପୁରରୁ ୧୦୦ଜଣ, ମୟୁରଭଞ୍ଜରୁ ୯୨ଜଣ, ଭଦ୍ରକରୁ ୯୪ଜଣ, ବାଲେଶ୍ଵରରୁ ୨୭ଜଣ, ଢେଙ୍କାନାଳରୁ ୬୦ଜଣ, ପୁରୀରୁ ୧୪୮ଜଣ, ଜଗତସିଂପୁରରୁ  ୮୫ଜଣ, ରାୟଗଡାରୁ ୧୮ଜଣ, ଗଞ୍ଜାମରୁ ୩୦ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୩୬ଜଣ, ନୟାଗଡରୁ ୭୮ଜଣ, ସୋନପୁରରୁ ୪୮  ଜଣ, ବଲାଙ୍ଗୀରରୁ ୫୮ଜଣ, ସୁନ୍ଦରଗଡରୁ ୯୧ଜଣ, ଝାରସୁଗୁଡାରୁ ୧୦୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୩ଜଣ, କେନ୍ଦ୍ରାପଡା ୭୬ଜଣ, କୋରାପୁଟରୁ  ୪୧ଜଣ, କେଉଁଝରରୁ ୬୮ଜଣ, କନ୍ଧମାଳରୁ ୫୦ଜଣ, ନୂଆପଡ଼ାରୁ ୧୬୧ ଜଣ, କଳାହାଣ୍ଡିରୁ ୧୧୭ଜଣ, ବୌଦ୍ଧରୁ ୨୧ଜଣ, ମାଲକାନଗିରି ଜିଲ୍ଲାରୁ ୪୧ଜଣ, ଦେଓଗଡରୁ ୧୭ଜଣ ଏବଂ ଷ୍ଟେଟ୍ ପୁଲରୁ ୧୨୮ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୧୨୧କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଜିଲ୍ଲାରୁ ୨ ଜଣ, ଅନୁଗୁଳ, ବାଲେଶ୍ୱର, ଜଗତ୍‍ସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Also Read | NEET: ନିଟ ପରୀକ୍ଷାରେ ଆକାଂକ୍ଷା ସିଂ ମଧ୍ୟ ପାଇଛନ୍ତି ଶତପ୍ରତିଶତ ନମ୍ବର; ୨ବର୍ଷ ପାଇଁ ଧରି ନଥିଲେ ମୋବାଇଲ୍

Share this: