ଓଡ଼ିଶାରେ ପୁଣି ସୁସ୍ଥ ହେଲେ ୧୬୮ କରୋନା ଆକ୍ରାନ୍ତ

Share this:

ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨୯୧ କୁ ବୃଦ୍ଧି

ରାଜ୍ୟରେ ଗୁରୁବାର ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୨୯୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୩୯ ଜଣ  , ଖୋର୍ଦ୍ଧା ଜିଲ୍ଲା ରୁ ୨୩ ଜଣ,ଗଜପତି ଜିଲ୍ଲା ରୁ ୨୩ ଜଣ ,ପୁରୀ ଜିଲ୍ଲା ରୁ ୧୯ ଜଣ ,ବରଗଡ଼ ଜିଲ୍ଲା ରୁ ୧୩ ଜଣ, ସୁନ୍ଦରଗଡ଼ ଜିଲ୍ଲା ରୁ ୮ ଜଣ, କନ୍ଧମାଳ ଜିଲ୍ଲା ରୁ ୬ ଜଣ, ବଲାଙ୍ଗୀର ଜିଲ୍ଲା ରୁ ୫ ଜଣ ,ନୟାଗଡ ଜିଲ୍ଲା ରୁ ୫ ଜଣ , ବାଲେଶ୍ଵର ଜିଲ୍ଲା ରୁ ୭ ଜଣ, ଭଦ୍ରକ ଓ ରାୟଗଡା ଜିଲ୍ଲା ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଇଛନ୍ତି । ସେହିପରି ,ମାଲକାନଗିରି ,କେନ୍ଦ୍ରାପଡ଼ା ,କେଉଁଝର ,ଜଗତସିଂହପୁର ଓ ସୋନପୁର ଜିଲ୍ଲା ରୁ ୪ ଜଣ ଲେଖାଏଁ, ଅନଗୁଳ ଜିଲ୍ଲା ରୁ ୩ ଜଣ, ଢେଙ୍କାନାଳ ଜିଲ୍ଲା ରୁ ୨ ଜଣ,ଝାରସୁଗୁଡ଼ା ଜିଲ୍ଲା ରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି ।

Share this: