Corona:ରାଜ୍ୟରୁ ଆଜି ୮ ହଜାର ୭୩୫ ସଂକ୍ରମିତ ଚିହ୍ନଟ,ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୮ ହଜାର ୭୩୫ଜଣ କରୋନା ସଂକ୍ରମିତ (Corona Virus) ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୮୯୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୮୪୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୨୨୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୫୬ଜଣ, ବାଲେଶ୍ଵରରୁ ୫୬୬ଜଣ, ବରଗଡ଼ରୁ ୧୯୩ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରିରୁ ୪୯ଜଣ, ବୌଦ୍ଧରୁ ୧୩୭ଜଣ, କଟକରୁ ୬୭୩ଜଣ, ଦେଓଗଡ଼ରୁ ୬୩ଜଣ, ଢେଙ୍କାନାଳରୁ ୫୦୩ଜଣ, ଗଜପତିରୁ ୮୦ଜଣ, ଗଞ୍ଜାମରୁ ୧୫୬ଜଣ, ଜଗତସିଂପୁରରୁ ୩୮୨ଜଣ, ଯାଜପୁରରୁ ୫୦୭ଜଣ, ଝାରସୁଗୁଡାରୁ ୧୫୭ଜଣ, କଳାହାଣ୍ଡିରୁ ୧୭୭ଜଣ, କନ୍ଧମାଳରୁ ୬୫ଜଣ, କେଉଁଝରରୁ ୧୭୯ଜଣ, କୋରାପୁଟରୁ ୨୫୫ଜଣ, କେନ୍ଦ୍ରାପଡ଼ାରୁ ୩୮୭ଜଣ, ମୟୁରଭଞ୍ଜରୁ ୩୪୨ଜଣ, ମାଲକାନଗିରିରୁ ୯୬ଜଣ, ନବରଙ୍ଗପୁରରୁ ୨୬୪ଜଣ, ନୟାଗଡ଼ରୁ ୨୮୫ ଜଣ, ନୂଆପଡ଼ାରୁ ୪୦ଜଣ, ପୁରୀରୁ ୪୬୭ଜଣ, ରାୟଗଡାରୁ ୯୦ଜଣ, ସମ୍ବଲପୁରରୁ ୧୭୭ଜଣ, ସୋନପୁରରୁ ୧୫୬ଜଣ, ସୁନ୍ଦରଗଡରୁ ୨୪୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୨୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୮ ଲକ୍ଷ ୩୫ ହଜାର ୩୬୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୭୩ ହଜାର ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୪୦୫ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୮୦ ହଜାର ୯୩୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୯ ହଜାର ୯୫୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଜୁହି ଚାୱଲା 5G ଟେକ୍ନୋଲୋଜି ବିରୋଧରେ କଲେ ମାମଲା ଦାୟର

AC_without-Bank_1242x450._CB659868804_SY500_
Share this: