ଆଜି ଅନୁଗୁଳ ଜିଲ୍ଲାରୁ ନୂଆ ୪୦୯ଜଣ Corona ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରେ ୪୦୯ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୩୪ ହଜାର ୧୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୬୮ଜଣ (୩୯ଜଣ ପୁରୁଷ ଓ ୨୯ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୬୧ଜଣ (୪୭ଜଣ ପୁରୁଷ ଓ ୧୪ଜଣ ମହିଳା), ଅନୁଗୁଳ ବ୍ଳକ୍ ଅଂଚଳରୁ ୫୯ଜଣ (୩୧ଜଣ ପୁରୁଷ ଓ ୨୮ଜଣ ମହିଳା), ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୪୯ଜଣ (୨୬ଜଣ ପୁରୁଷ ଓ ୨୩ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୩୪ଜଣ (୧୯ଜଣ ପୁରୁଷ ଓ ୧୫ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୩୨ଜଣ (୧୯ଜଣ ପୁରୁଷ ଓ ୧୩ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୯ଜଣ (୧୬ଜଣ ପୁରୁଷ ଓ ୧୩ଜଣ ମହିଳା), ପାଳଲହଡା ବ୍ଲକ୍ ଅଂଚଳରୁ ୨୫ଜଣ (୧୬ଜଣ ପୁରୁଷ ଓ ୯ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୨୪ଜଣ (୧୫ଜଣ ପୁରୁଷ ଓ ୯ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨୩ଜଣ (୧୨ଜଣ ପୁରୁଷ ଓ ୧୧ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୫ଜଣ (୫ ଜଣ ପୁରୁଷ ) ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୦୦ ଜଣଙ୍କୁ  ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସହ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୯୫୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦୯ଜଣ କରୋନାରେ  ମୃତ୍ୟୁବରଣ କଲେଣି।

Also Read | Covid-19: ରାଜ୍ୟରୁ ଆଜି କରୋନାରେ ୩୫ ଜଣଙ୍କ ମୃତ୍ୟୁ,ପୁଣି ଅନୁଗୁଳରୁ ସର୍ବାଧିକ

[amazon_auto_links id=”9939″]
Share this: