Charana Ramdas:ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ

Share this:

ପୁରୀ: ବିଶିଷ୍ଟ ପ୍ରବଚକ ଚାରଣ ରାମଦାସ (Charana Ramdas) ଙ୍କ ପରଲୋକ ହୋଇଯାଇଛି। ସେ କୋଭିଡ୍‌ (Covid-19) ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କରୋନାରେ ଆକ୍ରାନ୍ତ ହୋଇ ପୁରୀ ଆଇଡ଼ିଏଚ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି।

୬୧ ବର୍ଷ ବୟସ୍କ ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ପ୍ରଥମେ କ୍ୟାସେଟରେ ତାଙ୍କର ପ୍ରବଚନ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲା। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର ପ୍ରବଚନ ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରବଚକ ଚାରଣ ରାମ ଦାସଙ୍କ ଜଗନ୍ନାଥ ସଂସ୍କୃତି ସମେତ ଧର୍ମ ଓ ପୁରାଣ ଶାସ୍ତ୍ର ଉପରେ ପ୍ରଗାଢ ଜ୍ଞାନ ଥିଲା ଓ ସେ ସରଳ ଭାବରେ ତାହା ଉପସ୍ଥାପନ କରି ଓଡ଼ିଶାରେ ଲୋକପ୍ରିୟ ହୋଇପାରିଥିଲେ।  ସେ ବହୁ ସମୟ ଧରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ତଥା ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ନିଜର ଅନନ୍ୟ ପରିଚୟ ତିଆରି କରିପାରିଥିଲେ। ଆଜି ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି।

Also Read | Cyclone Yaas: ୟାସ୍ ପାରାଦ୍ୱୀପଠାରୁ ୫୦୦ କିମିଦୂରରେ, ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ହେବ, ଲକଡାଉନ କୋହଳ

Share this: