Brahmos Supersonic Cruise Missile: ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର INS ଚେନ୍ନାଇରୁ ସଫଳ ବ୍ୟାବହାରିକ ପରୀକ୍ଷଣ

Share this:

ଚେନ୍ନାଇ: ବ୍ରହ୍ମୋସ୍, ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର (Brahmos Supersonic Cruise Missile) ଆଜି ଭାରତୀୟ ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଏକ ଟାର୍ଗେଟରେ ସଫଳତାର ସହ ପରୀକ୍ଷଣ କରାଗଲା। ଏହି କ୍ଷେପଣାସ୍ତ୍ର ପିନ-ପଏଣ୍ଟ ସଠିକତା ସହିତ ସଫଳତାର ସହ ଟାର୍ଗେଟକୁ ଲକ୍ଷ କରିଥିଲା।  

ବ୍ରାହ୍ମୋସ୍ ‘ପ୍ରାଇମ୍ ଷ୍ଟ୍ରାଇକ୍ ଅସ୍ତ୍ର’ (Prime Strike Weapon) ଭାବରେ ଏହାକୁ ଗଣନା କରାଯାଉଛି। ବହୁମୁଖୀ ବ୍ରହ୍ମୋସ୍ ମିଳିତ ଭାବରେ ଭାରତ ଏବଂ ରୁସିଆ ଦ୍ୱାରା ଡିଜାଇନ୍ ହୋଇଛି।

ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ (Shri Rajnath Singh) DRDOର ବୈଜ୍ଞାନିକ, BrahMos କର୍ମଚାରୀ ଏବଂ ଭାରତୀୟ ନୌସେନାକୁ ସଫଳତା ପାଇଁ ପ୍ରଶଂସା କରିଛନ୍ତି।

ଏହି ସଫଳତା ପାଇଁ ସଚିବ DDR & D & ଅଧ୍ୟକ୍ଷ DRDO ଡ଼ା ଜି ସତିଶ ରେଡ୍ଡୀ (Dr G Satheesh Reddy) DRDO ବୈଜ୍ଞାନିକ ଓ ଭାରତୀୟ ନୌସେନା ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତୀୟ ଶସ୍ତ୍ର ବାହିନୀର ସାମର୍ଥ୍ୟକୁ ଅନେକାଂଶରେ ବଢାଇବ।

Also Read| Rudram: ଆଣ୍ଟି-ରେଡିଏସନ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷଣ

Share this:

Leave a Reply

Your email address will not be published. Required fields are marked *