Boudh: ବୌଦ୍ଧ ଡେପୁଟି କଲେକ୍ଟରକୁ ଗିରଫ କଲେ ଝାରସୁଗୁଡା ପୋଲିସ
ଝାରସୁଗୁଡ଼ା: ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର (Deputy Collector)ଶରତ ବାଗ (Sarat Bag) ଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ। ଶ୍ରୀ ବାଗଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ସେ ଗିରଫ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛନ୍ତି।
ଶରତ ବାଗ୍ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଝାରସୁଗୁଡ଼ା ପୁଲିସ।
ଡେପୁଟି କଲେକ୍ଟରଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ସେ ଗତକାଲି ତାଙ୍କ ସ୍ଵାମୀ ଶରତଙ୍କୁ ତାଙ୍କ କାର ଯୋଗେ ଯାଉଥିବା ବେଳେ ତାଙ୍କ ସହିତ ଜଣେ ଯୁବତୀ ଓ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେ କାରକୁ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ବଚସା ହୋଇଥିଲା। ତାଙ୍କ ସ୍ଵାମୀ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ବିଟିଏମ୍ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।
Also Read:World Heart Day 2020: ଆଜି ବିଶ୍ୱ ହୃଦୟ ଦିବସ;କରୋନା କାଳରେ ହୃଦୟକୁ ସୁସ୍ଥ ରଖିବା ପାଇଁ ଏହି ଉପାୟ କରନ୍ତୁ