Ayodhya:୨୮ ବର୍ଷ ପରେ ଆଜି ଆସିବ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାର ରାୟ,ସାରା ଦେଶର ନଜର

Share this:

ଅଯୋଧ୍ୟା: ଅଯୋଧ୍ୟା ବିବାଦୀୟ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାରେ ୨୮ ବର୍ଷ ପରେ ଆଜି ଆସିବ ରାୟ। ଡିସେମ୍ବର ୬ , ୧୯୯୨ ରେ, ଅଯୋଧ୍ୟା ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ (CBI) ଏହାର ବହୁ ପ୍ରତୀକ୍ଷିତ ରାୟ ପ୍ରଦାନ କରିବେ। କୋର୍ଟର ନିଷ୍ପତ୍ତିକୁ ସାରା ଦେଶରେ ନଜର ରଖିଛନ୍ତି। ଏହି ମାମଲାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲ.କେଆଡଭାନୀ (Lalkrishna Advani), ମୁରଲୀ ମନୋହର ଯୋଶୀ (Murali Monohar Joshi), ଉମା ଭାରତୀ (Uma Bharati) ଙ୍କ ସମେତ ମୋଟ 32 ଜଣ ଅଭିଯୁକ୍ତ ଅଛନ୍ତି। ବାବ୍ରି ଢାଞ୍ଚା ଭାଙ୍ଗିବା ମାମଲାରେ ମୋଟ ୪୯ ଜଣଙ୍କ ବିରୋଧରେ ଏଫଆଇଆର (FIR) ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୭ ଜଣଙ୍କର ଦେହାନ୍ତ ହୋଇଛି।

ପ୍ରକୃତ ଘଟଣା କଣ:

ସୂଚନଯୋଗ୍ୟ ,୬ ଡିସେମ୍ବର ୧୯୯୨ ରେ, ବିବାଦୀୟ ଢାଞ୍ଚା  (structure) ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ, ଲକ୍ଷ ଲକ୍ଷ ଅଜ୍ଞାତ କର ସେବକ ଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ଏଥିରେ ବାବ୍ରି ମସଜିଦ ଭାଙ୍ଗିବା ପାଇଁ ଷଡଯନ୍ତ୍ର, ଆକ୍ରମଣ ଅନ୍ତର୍ଭୁକ୍ତ। ଏଥିସହିତ ଅଶୋକ ସିଙ୍ଗଲ, ଗିରିରାଜ କିଶୋର, ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ବିଷ୍ଣୁ ହରି ଡାଲମିଆ, ବିନୟ କାଟିୟାର, ଉମା ଭାରତୀ ଏବଂ ସାଧବୀ ରୀତାଭରାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା (IPC) 153A, 153B, 505, 147 ଏବଂ 149 ଅନୁଯାୟୀ ରାୟବରେଲିରେ ଏହି ମାମଲା ଚାଲିଥିଲା। ପରେ ଲକ୍ଷ୍ନୌରେ ସିବିଆଇ କୋର୍ଟ ଚାଲିଥିବା ବିଚାର ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସମସ୍ତ ୪୯ ଟି ମାମଲାରେ ଚାଳିଶ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ମିଳିତ ଚାର୍ଜସିଟ୍ ଦାଖଲ କରିଥିଲା। ପରବର୍ତ୍ତୀ ସମୟରେ ସିବିଆଇ ୧୧ ଜାନୁଆରୀ ୧୯୯୬ ରେ ଅନ୍ୟ ୯ ଅଭିଯୁକ୍ତଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୭ ଜାନୁୟାରୀ ୨୦୦୩ ରେ, ରାୟବରେଲିର ସ୍ୱତନ୍ତ୍ର କୋର୍ଟ ଆଡଭାନୀଙ୍କ ସମେତ ଆଠ ଜଣଙ୍କ ବିରୋଧରେ ଉତ୍ତେଜନାମୂଳକ ବକ୍ତବ୍ୟ ମାମଲାକୁ ପୁଣି ଯୋଡ଼ିବାକୁ କହିଥିଲେ। ଏହି ମାମଲା ଚାଲିଥିଲା, କିନ୍ତୁ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ ବିନୋଦ କୁମାର ସିଂ ୧୯ ସେପ୍ଟେମ୍ବର୨୦୦୩ରେ ଆଡଭାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ଏବଂ ଡକ୍ଟର ମୁରଲୀ ମନୋହର ଯୋଶୀ ଏବଂ ଅଶୋକ ସିଙ୍ଗଲଙ୍କ ସମେତ କେବଳ ୭  ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ମଧ୍ୟ ଅପିଲ କରାଯାଇଥିଲା ଏବଂ ଦୁଇ ବର୍ଷ ପରେ ଜୁଲାଇ ୬,୨୦୦୫ ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ଆଠ ଅଭିଯୁକ୍ତଙ୍କ ବିରୋଧରେ ପ୍ରିମା ଫେସ୍ ମାମଲା ରୁଜୁ କରାଯିବ। ତେଣୁ ଆଡଭାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ଠିକ୍ ନୁହେଁ। ଏହି ପରି ଭାବରେ ଆଡଭାନୀଙ୍କ ସମେତ ଆଠ ଜଣଙ୍କ ବିରୋଧରେ ମାମଲା ରାୟବରେଲି କୋର୍ଟରେ ପୁନଃସ୍ଥାପିତ ହୋଇଥିଲା।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଚିଠି ଲେଖି ବାବ୍ରି ବିଧ୍ଵଂସ ମାମଲାରେ କହିଥିଲେ ଯେ ସେପ୍ଟେମ୍ବର ୩୦ରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି କେସ୍‌ର ରାୟ ଶୁଣାଇବେ ଏବଂ ମୋତେ କୋର୍ଟରେ ହାଜର ହେବାର ଅଛି। ଅଦାଲତର ପ୍ରତ୍ୟେକ ନିଷ୍ପତ୍ତି ମୋ ପାଇଁ ଭଗବାନଙ୍କ ଆର୍ଶୀବାଦ ହେବ। ମୁଁ ସର୍ବଦା କହିଛି ଅଯୋଧ୍ୟା ପାଇଁ ମୋତେ ଫାଶି ମଧ୍ୟ ମଞ୍ଜୁର। ମୋତେ ଜଣା ନାହିଁ ନିଷ୍ପତ୍ତି କଣ ଆସୁଛି, ମାତ୍ର ଯାହା ଆସୁ କିନ୍ତୁ ଜାମିନ ନେବି ନାହିଁ।

Also Read: Covid19 Angul: ଅନୁଗୋଳ ଜିଲାରୁ ଆଜି ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ,୧୨୮ ଜଣ ସୁସ୍ଥ

Share this: