Breaking Newsମନୋରଞ୍ଜନ

Amitabh Bachchan: ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଫଟୋ ବ୍ୟବହାର ଉପରେ ନିଷେଧାଦେଶ

Share this:

ନୂଆଦିଲ୍ଲୀ: Amitabh Bachchan ଆଉ କେହି ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଫଟୋକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରିପାରିବେ ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଅମିତାଭ ବଚ୍ଚନଙ୍କ ଏକ ଆବେଦନ ଉପରେ କୋର୍ଟ ଏପରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଅନୁସାରେ ଅମିତାଭ ବଚ୍ଚନଙ୍କ ଶୋ କୌନ୍ ବନେଗା କରୋଡପତି (KBC) ର ଏକ ନକଲି ଲଟେରୀ ସ୍କାମ୍ ସାମ୍ନାକୁ ଆସିଥିଲା। ଏଥିପାଇଁ ଅମିତାଭଙ୍କ ଛବି ଏବଂ ସ୍ୱରର ବ୍ୟବହାର କରାଯାଇଥିଲା। ଏନେଇ ତାଙ୍କ ପ୍ରଚାର ଅଧିକାରର ସୁରକ୍ଷା ଦାବି କରି କୋର୍ଟର ଦ୍ଵାରସ୍ଥ ହୋଇଥିଲେ।

Advertisement

bolt-smart-watch

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ,  ଅଭିଯୋଗକାରୀ ଜଣେ ସୁପ୍ରସିଦ୍ଧ ବ୍ୟକ୍ତି ଏବଂ ସେ କେତେଗୁଡ଼ିଏ ବିଜ୍ଞାପନରେ ପ୍ରତିନିଧିତ୍ଵ କରିଛନ୍ତି। ତାଙ୍କ ବିନା ଅନୁମତିରେ ନିଜ ନିଜ ସାମଗ୍ରୀ ଓ ସେବାର ପ୍ରଚାର ପାଇଁ ଅଭିଯୁକ୍ତମାନେ ତାଙ୍କ ସେଲି‌ବ୍ରିଟି ଷ୍ଟାଟସ୍‌ ବ୍ୟବହାର କରୁଥିବାରୁ ସେ କ‌ଷ୍ଟ ଅନୁଭବ କରୁଛନ୍ତି। ଏହି ମାମଲା ନିଶ୍ଚୟ ବିଚାରଯୋଗ୍ୟ ବୋଲି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରିତ ପ୍ରାଥମିକ ଅନୁଧ୍ୟାନରୁ ଅନୁମାନ କରାଯାଉଛି। ଅଦାଲତ କହିଛନ୍ତି ଯେ, ଏହି ଆଦେଶ ଜାରି କରା ନ ଗଲେ ଅମିତାଭ ବଚ୍ଚନଙ୍କର କ୍ଷତି ଏବଂ କେତେକ କ୍ଷେତ୍ରରେ ତାଙ୍କର ମର୍ଯ୍ୟାଦାହାନୀ ଘଟିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଅମିତାଭ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରିଥିଲେ। ଯାହାକୁ ହାଇକୋର୍ଟ ତାଙ୍କ ସ୍ୱର, ନାମ ଏବଂ ଫଟୋ (Amitabh Bachchan)ସମେତ ତାଙ୍କ ସହ ଜଡିତ କୌଣସି ଜିନିଷ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜଷ୍ଟିସ ନବିନ ଚାୱଲାଙ୍କ ବେଞ୍ଚ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନର ଏହି ଶୁଣାଣି କରିଛି।

ବଡ କଥା ହେଉଛି ଅମିତାଭ ବଚ୍ଚନଙ୍କ ସହ ଜଡିତ କୌଣସି କଣ୍ଟେଣ୍ଟ୍ ହଟାଇବାକୁ ଟେଲିକମ୍ ମନ୍ତ୍ରଣାଳୟ ସମେତ ସମ୍ପୃକ୍ତ ବିଭାଗକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

Read Also | Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

Share this:

Leave a Reply

Your email address will not be published. Required fields are marked *