ଦଶ ହଜାର ରୁ ଉର୍ଦ୍ଧ କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
କୋଭିଡ଼-୧୯ ପରୀକ୍ଷା ପାଇଁ ପ୍ରତି କିଟ୍ ପାଇଁ ସର୍ବାଧିକ ଦର ୪୫୦ ଟଙ୍କା
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ଉଦ୍ୟମ ବଳରେ ୧୫ ଜୁଲାଇ ୨୦୨୦ରେ ଓଡ଼ିଶାର ୧୦ ହଜାର ରୁ ଉର୍ଦ୍ଧ କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ କୋଭିଡ୍ କେୟାର ହୋଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା, ବିନା ମୂଲ୍ୟରେ ସଂକ୍ରମିତଙ୍କ ପାଇଁ ଉତ୍ତମ ଚିକିତ୍ସା ହେତୁ ଏହା ସମ୍ଭବ ହୋଇପାରିଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦ ହଜାର ରୁ ଉର୍ଦ୍ଧ କୋଭିଡ୍ ପରୀକ୍ଷଣ କରି ଏକ ମାଇଲଖୁଣ୍ଟ ହାସଲ କରିଥିବାରୁ ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍), ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ କୋଭିଡ୍ ପରୀକ୍ଷଣ ବୃଦ୍ଧି ମାଧ୍ୟମରେ ମହାମାରୀ ପ୍ରତିରୋଧ ଦିଗରେ ଜୀବବିଜ୍ଞାନ ପ୍ରତିଷ୍ଠାନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
କୋଭିଡ଼ –୧୯ ମହାମାରୀ ସ୍ଥିତିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିବିଏସ୍ଇ ଦଶମ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଉଭୟ ବିଦ୍ୟାର୍ଥୀ ଏବଂ ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ପାସ ହାର ୮୦.୬୯ ପ୍ରତିଶତ ରହିଥିବାବେଳେ ଏହି ବିଦ୍ୟାଳୟଗୁଡ଼ିକ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିଚାଲିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି।
ଓଡ଼ିଶା ସରକାର ଅନ୍ଲାଇନ୍ରେ ଲୋକସେବା ପ୍ରଦାନରେ ସମୟାନୁବର୍ତ୍ତିତା ଓ ସ୍ଵଚ୍ଛତା ସୁନିଶ୍ଚିତ କରିବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମରେ ୫ଟି’ ଢାଞ୍ଚାରେ ଆବଶ୍ୟକୀୟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିଛନ୍ତି। ସେହିପରି ଘରୋଇ ପରୀକ୍ଷାଗାରଗୁଡ଼ିକରେ କୋଭିଡ୍ ପରୀକ୍ଷଣ ପାଇଁ କୋଭିଡ଼ –୧୯ ଏଜି କିଟ୍ ପାଇଁ ରାଜ୍ୟ ସରକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ପ୍ରତି କିଟ୍ ପାଇଁ ସର୍ବାଧିକ ଦର ୪୫୦ ଟଙ୍କା (ନିଦ୍ଧାରିତ ଜିଏସ୍ଟି ଅଲଗା) ଧାର୍ଯ୍ୟ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏ ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ୍ –୧୯ ସଂକଟ ସମୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ର ଶୁଭାରମ୍ଭ କରାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଥିବା ୧୦୩ଟି ସ୍ଵତନ୍ତ୍ର ବିଦ୍ୟାଳୟରେ ଅନ୍ଲାଇନ୍ରେ ନାମଲେଖା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦୁଝର ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ପୁଷ୍ଟିହୀନତା ଦୂର ପାଇଁ କ୍ରେରେ ରହୁଥିବା ୧୮୦୦ ଜନଜାତି ଶିଶୁଙ୍କୁ ମମତା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ସେଠାରେ ଶିଶୁମାନଙ୍କ ପିତାମାତା କାମ କରିବାକୁ ଯାଉଥିବା ସମୟରେ ଖାଇବାକୁ ଦିଆଯାଉଥିବା ସହ ଉପଯୁକ୍ତ ଯତ୍ନ ନିଆଯାଇଛି। କୋଭିଡ଼ –୧୯ ମହାମାରୀ ସମୟରେ ନାଗରିକମାନଙ୍କୁ ଏକ ସ୍ଵଚ୍ଛ ପରିବେଶରେ ରହିବା ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଭୁବନେଶ୍ୱର ସହରର ବିଭିନ୍ନ ୱାର୍ଡରେ ନିୟମିତ ଭାବେ ବିଶୋଧନ କାର୍ଯ୍ୟ ଜାରି ରହିଛି। ଯେଉଁଠାରେ ଅଧୁକ କୋଭିଡ୍ ପଜିଟିଭ ଚିହ୍ନଟ ହେଉଛନ୍ତି, ସେଠାରେ ଅଗ୍ରାଧିକାର ଭିତ୍ତିରେ ବିଶୋଧନ କରାଯାଉଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ଶେଷ କରିଥିବା ପ୍ରବାସୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୮୩ କୋଟି ୫୬ ଲକ୍ଷ ୬୬ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯାଉଛି।
କୋଭିଡ଼-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬,୭୯୮ ଗ୍ରାମ ପଞ୍ଚାୟତରେ ୬, ୨୨୨ ଟି କୋଭିଡ୍ କେୟାର ହୋମ୍ ସ୍ଥାପିତ ହୋଇଛି। ଏଥିରେ ମୋଟ ୬୨,୦୭୬ ବେଡ଼ ର ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବରେ ରାଜ୍ୟରେ ୧,୨୧୫ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍ସି) କାର୍ଯ୍ୟ କରୁଛି। ଏଗୁଡ଼ିକରେ ୫୦, ୧୯୮ଟି ଶଯ୍ୟ। ଉପଲବ୍ଧ ରହିଛି। ଏହା ବ୍ୟତୀତ ୧୩,୯୯୨ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୬ ଲକ୍ଷ ୩୬ ହଜାର ୬୯ଟି ଶଯ୍ୟ। ଉପଲବ୍ଧ ଅଛି।