Covid-19:କମୁଛି ସଂକ୍ରମଣ,ଆଜି ରାଜ୍ୟରୁ ୩୪୨୭ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ଭୂତାଣୁ  (Coronavirus)  ସଂକ୍ରମିତଙ୍କ ସଂଖ୍ୟା ଆଜି କମିଛି। ଗତ ୨୪ ଘଣ୍ଟାରେ ୩ ହଜାର ୪୨୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୭୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୫୩ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୩୮ଜଣ, ବାଲେଶ୍ଵରରୁ ୨୬୧ଜଣ, ବରଗଡ଼ରୁ ୫୨ଜଣ, ଭଦ୍ରକରୁ ୧୩୯ଜଣ, ବଲାଙ୍ଗୀରିରୁ ୪୦ଜଣ, ବୌଦ୍ଧରୁ ୩୧ଜଣ, କଟକରୁ ୩୯୬ଜଣ, ଦେଓଗଡ଼ରୁ ୨୨ଜଣ, ଢେଙ୍କାନାଳରୁ ୭୮ଜଣ, ଗଜପତିରୁ ୨୭ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂପୁରରୁ ୧୦୮ଜଣ, ଯାଜପୁରରୁ ୨୮୫ଜଣ, ଝାରସୁଗୁଡାରୁ ୧୦ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୪୧ଜଣ, କେନ୍ଦ୍ରାପଡ଼ାରୁ ୧୧୧ଜଣ, କେଉଁଝରରୁ ୪୭ଜଣ, କୋରାପୁଟରୁ ୭୨ଜଣ, ମୟୁରଭଞ୍ଜରୁ ୧୬୨ଜଣ, ମାଲକନଗିରିରୁ ୩୮ଜଣ, ନବରଙ୍ଗପୁରରୁ ୬୦ଜଣ, ନୟାଗଡ଼ରୁ ୧୪୨ଜଣ, ନୂଆପଡ଼ାରୁ ୨୦ଜଣ, ପୁରୀରୁ ୨୧୭ଜଣ, ରାୟଗଡାରୁ ୯୪ଜଣ, ସମ୍ବଲପୁରରୁ ୩୨ଜଣ, ସୋନପୁରରୁ ୩୦ଜଣ, ସୁନ୍ଦରଗଡରୁ ୭୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ୨୮ ହଜାର ୮୧୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୭୩ ହଜାର ୯୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬ ହଜାର ୨୫୨ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୨୯ ହଜାର ୮୫୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦ ହଜାର ୪୭୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।   

Also Read | Watch: CHSE:ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ +2 ରେଜଲ୍ଟ

[amazon_auto_links id=”9932″]

Share this: