CHSE:ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ +2 ରେଜଲ୍ଟ

Share this:

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷାଫଳ (+2 Annual Examination Result) ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ସିଏଚଏସଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୧୦ମ ପରୀକ୍ଷା ନମ୍ବରକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ କରାଯିବ। ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେଇପାରିବେ।

ଯେଉଁ ଛାତ୍ରଛାତ୍ରୀମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇ ପାରିବେ। କରୋନା ସ୍ଥିତି ସୁଧୁରିବା ପରେ ଅଫ୍‌ଲାଇନ୍ ପରୀକ୍ଷା ହେବ। ଏଥି ପାଇଁ ସିଏଚଏସଇର ୱେବସାଇଟରେ ନିର୍ଦ୍ଧାରିତ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

D24655393_IN_PC_Wearables_Mi-Watch-Revolve-Active_3000x1200.5x._CB666436058_

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଓ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୨୦୨୧ ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ଏହା ପୂର୍ବରୁ ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଥିଲା।

Also Read | ଏଥର ଗ୍ରାହକ ନିଜେ ନିଜର କରିପାରିବେ ମିଟର ରିଡିଂ, TPCODL MITRA ଆପ୍ ଲଞ୍ଚ

Share this:

Leave a Reply

Your email address will not be published. Required fields are marked *