ରାଜ୍ୟ ରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

Share this:

ରାଜ୍ୟରେ ଆଜି  ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ରୁ ୯୮ ଜଣ, ଗଞ୍ଜାମ ଜିଲ୍ଲା ରୁ ୮୪  ଜଣ , ସୁନ୍ଦରଗଡ଼ ରୁ ୪୬ ଜଣ, ଗଜପତି ରୁ ୩୬,ଝାରସୁଗୁଡା ଜିଲ୍ଲାରୁ ୩୦ ଜଣ, କେଉଁଝର ରୁ ୧୭, ଜଗତସିଂପୁର ରୁ ୧୭ ଜଣ,ମାଲକାନଗିରି ରୁ ୧୭ ଜଣ ,ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ ,ଅନୁଗୋଳ ରୁ ୮ ଜଣ ,ସୋନପୁର ରୁ ୭ ଜଣ , ବରଗଡ଼  ଜିଲାରୁ ୬ ଜଣ, ସମ୍ବଲପୁର ରୁ ୫ ଜଣ ,ଢେଙ୍କାନାଳ ରୁ ୪ ଜଣ ,ଭଦ୍ରକ ଓ ବାଲେଶ୍ଵର ରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କଟକ ରୁ ୨ ଜଣ ଓ ପୁରୀ ରୁ ଜଣେ ସୁସ୍ଥ ହୋଇଛନ୍ତି।

Share this: