LAC Updates: ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍‍କୁ ହସ୍ତାନ୍ତର କରିଛି

Share this:

ଲେହ: ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍‍କୁ ହସ୍ତାନ୍ତର କରିଛି। ସେହି ସୈନ୍ୟ ଜଣଙ୍କୁ ପୂର୍ବ ଲଦାଖର ଡେମ୍‍ଚୌକ ସେକ୍ଟର (Demchok Sector)ରୁ ଗତ ୧୮ ତାରିଖ ଦିନ ଗିରଫ କରାଯାଇଥିଲା।

ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭାରତ ଓ ଚୀନ ମଧ୍ୟରେ ସ୍ଵାକ୍ଷରିତ ରାଜିନାମା ଅନୁସାରେ ସେହି ସୈନ୍ୟଜଣଙ୍କୁ ଆଜି ସକାଳେ ଚୀନ୍‍କୁ ହସ୍ତାନ୍ତର କରାଯାଇଛି।

ପୂର୍ବରୁ ଚୀନ୍‍ ଏହାର ଜଣେ ସୈନ୍ୟ ନିଖୋଜ ହୋଇଯାଇଥିବା ବିଷୟରେ ଭାରତକୁ ଜଣାଇଥିଲା। ସେନାବାହିନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇ ନିଖୋଜ ସୈନ୍ୟଜଣଙ୍କୁ ଚୀନକୁ ହସ୍ତାନ୍ତର କରାଯିବା ବିଷୟରେ ଜଣାଇ ଦିଆଯାଇଥିଲା।

Also Read|ଚୀନ୍ ରାଷ୍ଟ୍ରପତି ନିଜ ସୈନ୍ୟକଙ୍କୁ ଆଦେଶ ଦେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

Share this: