Corona Odisha: ଓଡ଼ିଶାରେ କରୋନା ବିସ୍ପୋଟକ, ଆଜି ରାଜ୍ୟରୁ ସର୍ବାଧିକ ୮ହଜାର ୩୮୬ଜଣ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ (Corona Pandemic)। ଲଗାତାର ୬ ଦିନ ସଂକ୍ରମଣ ୬ହଜାର ଟପିଥିବା ବେଳେ ଆଜି ସଂଖ୍ୟା ୮ ହଜାର ପାର୍ କରିଛି। ଯାହାକି ରାଜ୍ୟପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୮ ହଜାର ୩୮୬ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୭୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୦୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

ଆଜି ସର୍ବାଧିକ ୧୮୪୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୪୭ଜଣ, ବାଲେଶ୍ଵରରୁ ୨୦୨ଜଣ, ବରଗଡ଼ରୁ ୨୫୭ଜଣ, ଭଦ୍ରକରୁ ୬୭ଜଣ, ବଲାଙ୍ଗୀରିରୁ ୩୫୮ଜଣ, ବୌଦ୍ଧରୁ ୮୩ଜଣ, କଟକରୁ ୪୯୬ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୨୧ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂପୁରରୁ ୧୨୯ଜଣ, ଯାଜପୁରରୁ ୨୭୦ଜଣ, ଝାରସୁଗୁଡାରୁ ୪୩୩ ଜଣ, କଳାହାଣ୍ଡିରୁ ୧୨୬ଜଣ, କନ୍ଧମାଳରୁ ୫୩ଜଣ, କେଉଁଝରରୁ ୧୭୫ଜଣ, କୋରାପୁଟରୁ ୬୯ଜଣ, କେନ୍ଦ୍ରାପଡ଼ାରୁ ୪୯ଜଣ, ମୟୁରଭଞ୍ଜରୁ ୨୮୯ଜଣ, ମାଲକାନଗିରିରୁ ୨୪ଜଣ, ନବରଙ୍ଗପୁରରୁ ୩୮୮ଜଣ, ନୟାଗଡ଼ରୁ ୧୨୨ଜଣ,ନୂଆପଡ଼ାରୁ ୨୩୩ଜଣ, ପୁରୀରୁ ୨୫୯ଜଣ, ରାୟଗଡାରୁ ୭୫ଜଣ, ସମ୍ବଲପୁରରୁ ୩୦୭ଜଣ, ସୋନପୁରରୁ ୬୭ଜଣ, ସୁନ୍ଦରଗଡ଼ରୁ ୯୩୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୪୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୯ ଲକ୍ଷ ୯୭ହଜାର ୧୪୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୨୮ହଜାର ୫୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୦୮୯ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୭୧ ହଜାର ୧୧୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ହଜାର ୨୪୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Corona: ଜଣେ ସଂକ୍ରମିତ ରୋଗୀ ୪୦୬ ଲୋକଙ୍କୁ ସଂକ୍ରମିତ କରିପାରେ ଯଦି ସେ ସାମାଜିକ ଦୂରତା ଅନୁସରଣ କରନ୍ତି ନାହିଁ:କେନ୍ଦ୍ର ସରକାର

Share this: