Odisha Board Examination 2022: ବୋର୍ଡ଼ ଓ ପରିଷଦର ରିପୋର୍ଟ ପରେ ଦଶମ ଓ +2 ବୋର୍ଡ଼ ପରୀକ୍ଷା ପାଇଁ ନିଆଯିବ ନିଷ୍ପତ୍ତି
ଭୁବନେଶ୍ଵର:Odisha Board Examination 2022 କରୋନା ମହାମାରୀ ସଂକ୍ରମଣ (Coronavirus Pandemic) ଯୋଗୁଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରିବା କିମ୍ବା ଅନ୍ଲାଇନ୍ (Online Examination) ଜରିଆରେ ପରୀକ୍ଷା କରିବା ଦାବି କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା (Matric and +2) ଅଫ୍ଲାଇନ୍ କି ଅନ୍ଲାଇନ୍ରେ କରାଯିବ, ସେନେଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଚାର ବିମର୍ଷ ଚାଲିଛି।
ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ଯେ ବିଭାଗୀୟ ରିପୋର୍ଟ ମିଳିବା ପରେ ତଦନୁଯାୟୀ ରାଜ୍ୟ ସରକାର ସଠିକ୍ ସମୟରେ ଏନେଇ ନିଷ୍ପତ୍ତି ଜଣାଇବେ। ବିଦ୍ୟାର୍ଥୀ, ଅଭିଭାବକ, ଶିକ୍ଷାବିତ୍, ବିଶେଷଜ୍ଞ ତଥା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିଶଦ୍ ଆଲୋଚନା କରି ବୋର୍ଡ଼ ଓ ପରିଷଦ ରିପୋର୍ଟ ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ସେହିପରି ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ବିଦ୍ୟାଳୟକୁ ଯିବେ। ଦୀର୍ଘ ୨୨ ମାସ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଶ୍ରେଣୀଗୃହରେ ବସି ପାଠ ପଢ଼ିବେ। ସରକାର ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଆସନ୍ତା ୨୮ରୁ ରାଜ୍ୟରେ ଖୋଲାଯିବ ପ୍ରାଥମିକ ବିଦ୍ୟାଳୟ। ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ଖୋଲାଯିବା ପରିପ୍ରେକ୍ଷୀରେ ଏକ ଅଭିନବ ପଦକ୍ଷେପ ନିଆଯାଇ ୩୦ଟି ଜିଲ୍ଲାରେ ଆୟୋଜିତ ହୋଇଥିଲା ଅଭିଭାବକ ସମ୍ମିଳନୀ। ଏଥିରେ ୬ଲକ୍ଷ ୮୦ ହଜାର ଅଭିଭାବକ ପାଠପଢା ସମ୍ବନ୍ଧୀତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
Read Also | School Closed: କରୋନା କାଳରେ ସ୍କୁଲ, କଲେଜ ବନ୍ଦ ପାଇଁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ