ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ର ନୂତନ ନିର୍ଦ୍ଦେଶକ (Director) ଚୟନ କରିବାକୁ ମେ ୨୪ ସୋମବାର ସନ୍ଧ୍ୟାରେ ଏକ ଉଚ୍ଚ କମିଟି ବୈଠକ ଅନୁଷ୍ଠିତ ହେବ। ଶନିବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହି ଘଟଣା ସହ ଜଡିତ ଏକ ଶୀର୍ଷ ସୂତ୍ର ଗଣମାଧ୍ୟମକୁ କହିଛି ଯେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ସିବିଆଇ (CBI) ମୁଖିଆଙ୍କ ସହ ଆଲୋଚନା ହେବ।
ସୂଚନାନୁସାରେ, ୧୯୮୫ ଏବଂ ୧୯୮୬ ବ୍ୟାଚ୍ ର ବହୁ ଅଧିକାରୀ ସମେତ ଶୀର୍ଷ ପଦବୀ ପାଇଁ ଦୌଡ଼ରେ ଅଛନ୍ତି। ବର୍ତ୍ତମାନ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ର ମୁଖ୍ୟ ଥିବା ୱା. ସି ମୋଦୀ (Y.C. Modi)। ଏହା ବ୍ୟତୀତ ୧୯୮୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ହିତେଶ ଚନ୍ଦ୍ର ଅବସ୍ଥି ମଧ୍ୟ ଏହି ରେସରେ ଅଛନ୍ତି।
ଏକ ସୂତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ସୀମା ସୁରକ୍ଷା ବଳର ଡିଜି ତଥା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ରେ ଡିଜିଙ୍କ ଅତିରିକ୍ତ ଚାର୍ଜ ଭଳି ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ରାକେଶ ଆସ୍ଥାନା ମଧ୍ୟ ଏହି ପଦବୀ ପାଇଁ ଦୌଡ଼ରେ ଅଛନ୍ତି। ତାଙ୍କ ବ୍ୟତୀତ, ଉତ୍ତରାଖଣ୍ଡ କ୍ୟାଡରର ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS) ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଗଣପତି ମଧ୍ୟ ସିବିଆଇ ମୁଖ୍ୟ ପାଇଁ ଦୌଡରେ ଅଛନ୍ତି।
ଏହା ବ୍ୟତୀତ କେରଳ ପୋଲିସର ଡିଜିପି ତଥା ଓଡ଼ିଶା (Odisha) ର ଲୋକନାଥ ବେହେରା (Lokanath Behera) କେରଳ କ୍ୟାଡରର ୧୯୮୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ମଧ୍ୟ ସିବିଆଇର ଶୀର୍ଷ ପଦବୀ ପାଇଁ ଦୌଡ଼ର ସର୍ବାଗ୍ରେ ଅଛନ୍ତି। ଶ୍ରୀ ବେହେରା ପୂର୍ବରୁ ସିବିଆଇରେ ଥିଲେ ଏବଂ ପୁରଲିଆ ଅସ୍ତ୍ରଶସ୍ତ୍ର ମାମଲା ଏବଂ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲା ଭଳି ଅନେକ ସମ୍ବେଦନଶୀଳ ମାମଲା ଯାଞ୍ଚ କରିଥିଲେ। ସେ ୨୦୦୯ ରେ NIA ର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ଲୋକନାଥ ବେହେରା ହେଉଛନ୍ତି ୧୯୮୫ ବ୍ୟାଚ୍ କେରଳ କ୍ୟାଡର ଆଇପିଏସ୍ ଅଧିକାରୀ। ତାଙ୍କୁ ପ୍ରଥମେ ଆଲାପୁଜା ASP ଭାବରେ ନିଯୁକ୍ତ କରାଯାଇଥିଲା। ତା’ପରେ ସେ ତିରୁବନନ୍ତପୁରମ୍ ସିଟି ପୋଲିସ୍ ଡେପୁଟି କମିଶନର, କୋଚି ପୋଲିସ୍ କମିଶନର, ପୋଲିସ୍ ମୁଖ୍ୟାଳୟରେ ଆଇଜି, ଏଡିଜିପି ଏବଂ ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଦୀର୍ଘ ସମୟ ଧରି ଏନଆଇଏ ଏବଂ ସିବିଆଇରେ ମଧ୍ୟ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (Department of Personnel and Training-DoPT) ଦ୍ୱାରା ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଅତି କମରେ ତିନି କିମ୍ବା ଚାରିଜଣ ଅଧିକାରୀଙ୍କ ନାମ ଚୟନ କରିବାପରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି ତଥା ବିରୋଧୀଦଳର ନେତା ଚୟନ କମିଟି ନିକଟକୁ ପଠାଯିବ।
Also Read | Cyclone Yaas Odisha:‘ୟାସ’୨୬ରେ କରିବ ଲ୍ୟାଣ୍ଡଫଲ, ୧୮୫ କିମି ରହିବ ପବନର ବେଗ