ଆଜି ଢେଙ୍କାନାଳ ଜିଲ୍ଲାରୁ ୨୫୨ଜଣ Covid-19 ପଜିଟିଭ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ କେବେ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା ବଢି ଯାଉଛି ପୁଣି କମିଯାଉଛି। ଆଜି ଜିଲ୍ଲାରୁ ୨୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୨୪୬ଏବଂ ହସ୍ପିଟାଲରୁ ୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ସର୍ବାଧିକ ୧୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବାବନ୍ଧରୁ ୫୪ଜଣ, ବେଡ଼ାପଡ଼ାରୁ ୨୧ଜଣ, କୋଥାଳୁରୁ ୭ଜଣ, ଖଳିବୋରେଇ ଏବଂ ଝାଡବନ୍ଧରୁ ୩ଜଣ ଲେଖାଏଁ, ଗିରିଧରପ୍ରସାଦ, ବେଡ଼ାପଡ଼ା, କୁନୁଆଁ ଏବଂ କୁମୁରିସିଂହାରୁ ୨ଜଣ ଲେଖାଏଁ ଥିବାବେଳେ ଫାଶୀଗାଁ, ଆଳୁସିଂହ, ବିଦ୍ୟାଧରପୁର, ଖଜୁରିଆକଟା, ପଞ୍ଚପଡା, ବ୍ରାହ୍ମଣୀଆପାଳ, ସାନହିନ୍ଦୋଳ, ନୂଆ, ବ୍ରହ୍ମପୁର, ସୋରତା, ନୂଆବଗ, ସାନହିନ୍ଦୋଳ, ଗୁଳେହି, ଦୁଦୁରକୋଟ, ସଂଜପଡା, କଡଲା, ବେଡ଼ା, ବସନ୍ତପୋଖରୀ, ସରାସିଂହ, ଖଳିବୋରେଇ ଏବଂ ମହାଲୁଣ୍ଡାରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।   

ପର୍ଜଙ୍ଗ (Parjang Block)ରୁ ୭୦ଜଣଙ୍କ ମଧ୍ୟରୁ କେବଳ ଶୁଣ୍ଢୀକାଟେଣିରୁ ୫୩ଜଣ, ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୨୦ଜଣଙ୍କ ମଧ୍ୟରୁ କେବଳ କାନପୁରାରୁ ୧୨ଜଣ ଅଛନ୍ତି। ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୬ଜଣ ଅଛନ୍ତି।  ସଦର ବ୍ଲକରୁ ୧୦ଜଣ, ଗଁଦିଆ ବ୍ଲକ (Gondia Block) ରୁ ୧୦ଜଣ, ଓଡ଼ାପଡା ବ୍ଲକ (Odapada Block) ରୁ ୪ଜଣ, କାମାକ୍ଷାନଗର NACରୁ ଜଣେ  ଏବଂ ଭୁବନ ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି।     

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୮୭୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୧୩ ହଜାର ୬୯୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୧୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୧୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୩ ହଜାର ୮୧୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୨ ହଜାର ୨୫୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ୩ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୫୨ରେ ପହଞ୍ଚିଛି।   

[amazon_auto_links id=”9932″]

Also Read | Covid-19:ଓଡ଼ିଶାରୁ ଆଜି ଆଉ ୪୪୬୯ ସଂକ୍ରମିତ ଚିହ୍ନଟ

Share this: