Corona Angul: ଅନୁଗୁଳରୁ ଆଜି ରେକର୍ଡ ସଂଖ୍ୟକ ୬୩୬ ଜଣ କରୋନା ପଜିଟିଭ ଚିହ୍ନଟ, ବଅଁରପାଳରୁ ସର୍ବାଧିକ

Share this:

ଅନୁଗୁଳ: ପୁଣି ଆଜି ଆଜି ଅନୁଗୁଳ (Angul) ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ (Corona Pandemic) ୬ ଶହ ପାର କରିଛି। ଆଜି ଜିଲ୍ଲାରୁ ୬୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୬୮୧ ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ  ମଧ୍ୟରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮ ରେ ପହଂଚିଛି।

ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୪୦ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୯୪ଜଣ, ଅନୁଗୋଳ ପୌରାଞ୍ଚଳରୁ ୭୪ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୭୨ଜଣ, ତାଳଚେର ବ୍ଲକ ଅଂଚଳରୁ ୭୦ଜଣ, ଅନୁଗୋଳ ବ୍ଳକ୍ ଅଂଚଳରୁ ୬୦ଜଣ, ତାଳଚେର ପୌରାଞ୍ଚଳରୁ ୪୨ଜଣ, କିଶୋରନଗର ବ୍ଲକ୍ ଅଂଚଳରୁ ୪୦ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୯ଜଣ, ପାଳଲହଡା ବ୍ଲକ ଅଂଚଳରୁ ୧୭ଜଣ  ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୮ଜଣ ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୧୦ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୩୭୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୬ ଜଣ ମୃତ୍ୟୁବରଣ କଲେଣି।

[amazon_auto_links id=”9932″]

Also Read | ଆସନ୍ତାକାଲି ଠାରୁ WhatsApp ଫିଚର୍ସ ସେବା ବନ୍ଦ! ଆପ୍ ଚାହୁଁଛି share କରିବ ଆପଣଙ୍କ ତଥ୍ୟ

Share this: