Covid19 Odisha: ପୁଣି ଆଜି ଓଡ଼ିଶାରୁ ୧୧ ହଜାର ୮୦୫ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତ ୬ ଲକ୍ଷ ପାର

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ପୁଣି  ୧୧ ହଜାର ୮୦୫ ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୧୯୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ୧ ହଜାର ୪୧୪ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୬୬୮ଜଣ, ବାଲେଶ୍ଵରରୁ ୩୦୩ଜଣ, ବରଗଡ଼ରୁ ୪୨୧ଜଣ, ଭଦ୍ରକରୁ ୩୦୦ଜଣ, ବଲାଙ୍ଗୀରିରୁ ୩୫୮ଜଣ, ବୌଦ୍ଧରୁ ୨୪୬ଜଣ, କଟକରୁ ୧୧୯୭ଜଣ, ଦେଓଗଡ଼ରୁ ୧୦୯ଜଣ, ଢେଙ୍କାନାଳରୁ ୨୮୦ଜଣ, ଗଜପତିରୁ ୧୧୫ଜଣ, ଗଞ୍ଜାମରୁ ୩୩୧ଜଣ, ଜଗତସିଂପୁରରୁ ୨୭୪ଜଣ, ଯାଜପୁରରୁ ୩୯୨ଜଣ, ଝାରସୁଗୁଡାରୁ ୩୨୭ଜଣ, କଳାହାଣ୍ଡିରୁ ୩୭୭ଜଣ, କନ୍ଧମାଳରୁ ୮୩ଜଣ, କେଉଁଝରରୁ ୧୮୮ଜଣ, କୋରାପୁଟରୁ ୧୯୬ଜଣ, କେନ୍ଦ୍ରାପଡ଼ାରୁ ୧୪୭ଜଣ, ମୟୁରଭଞ୍ଜରୁ ୩୭୪ଜଣ, ମାଲକାନଗିରିରୁ ୯୪ଜଣ, ନବରଙ୍ଗପୁରରୁ ୨୩୯ଜଣ, ନୟାଗଡ଼ରୁ ୨୮୦ଜଣ, ନୂଆପଡ଼ାରୁ ୩୦୭ଜଣ, ପୁରୀରୁ ୩୮୮ଜଣ, ରାୟଗଡାରୁ ୧୩୭ଜଣ, ସମ୍ବଲପୁରରୁ ୫୫୩ଜଣ, ସୋନପୁରରୁ ୨୧୪ଜଣ, ସୁନ୍ଦରଗଡରୁ ୧୨୦୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୮୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୮ ଲକ୍ଷ ୨୫ ହଜାର ୯୧୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୪୯୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯୩୨୯ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୬ ହଜାର ୪୭୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Kerala woman: ରକେଟ୍ ଆକ୍ରମଣରେ ନିହତ ହୋଇଥିବା କେରଳ ମହିଳାଙ୍କ ପରିବାରର ଦାୟିତ୍ଵ ନେବ ଇସ୍ରାଏଲ

[amazon_auto_links id=”9939″]
Share this: