ଚୀନ କୁ ବିରୋଧ କରି ଜୋମାଟୋ କର୍ମଚାରୀ ଟିସାର୍ଟ ପୋଡ଼ିଲେ

Share this:

କୋଲକାତା ରେ ଜୋମାଟୋ  ଖାଦ୍ୟ ହୋମ୍ ଡେଲିଭରି କମ୍ପାନୀର କିଛି କର୍ମଚାରୀ,ଜୋମାଟୋ ରେ ଚୀନ ର ଇନଭେଷ୍ଟମେଣ୍ଟ କୁ ବିରୋଧ କରି ଅଫିସିଆଲ ଟି ସାର୍ଟ କୁ ପୋଡିଦେଇଛନ୍ତି।

ଗତ ଜୁନ ୧୫ ତାରିଖରେ ଲଦାଖ ର ଗଲୱାନ ରେ ୨୦  ଭାରତୀୟ ଯବାନ ଙ୍କ ହତ୍ୟା ହୋଇଥିବା ପ୍ରତିବାଦରେ କିଛି  ଜୋମାଟୋ କର୍ମଚାରୀ ଚୀନ  କୁ ବିରୋଧକରି ଏପରି କରିଛନ୍ତି।ଶନିବାର ସହରର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ବେହାଲା ଠାରେ ବିରୋଧ ପ୍ରଦର୍ଶନ ବେଳେ କେତେକ ଜୋମାଟୋ ରେ ଏକ ବୃହତ ଚାଇନାର ପୁଞ୍ଜି ନିବେଶ ଥିବାରୁ ସେମାନେ ଚାକିରି ଛାଡିଛନ୍ତି ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଓ  କମ୍ପାନୀ ମାଧ୍ୟମରେ ଖାଦ୍ୟ ଅର୍ଡର ବନ୍ଦ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

Share this: