Weather Report: ଆଗାମୀ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ଵର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରବାହରେ ରାଜ୍ୟରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସେହି ଜିଲ୍ଲାଗୁଡିକ ହେଲା, କଟକ, ଭଦ୍ରକ,ପୁରୀ, ଜଗତସିଂହପୁର, ବାଲେଶ୍ୱର, ସମ୍ବଲପୁର, ଦେବଗଡ,କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ କେନ୍ଦ୍ରାପଡା ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ (Yellow Warnings) ଜାରି କରାଯାଇଛି।
ଆସନ୍ତାକାଲି ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷାର ପରିମାଣ ବଢିପାରେ। ପ୍ରାୟତଃ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହୋଇପାରେ। ଏପରି ପାଗ ଆସନ୍ତା ୫ଦିନ ଯାଏ ଜାରି ରହିବ। ତେଣୁ ସମୁଦ୍ର ଭିତରକୁ ମତ୍ସଜ୍ୟବୀଙ୍କୁ ଯିବାକୁ ବାରଣ କରାଯାଇଛି।
ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ରୁ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ଆଜି ସକାଳ ସୁଦ୍ଧା ଗଞ୍ଜାମ, ବଲାଙ୍ଗୀର, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ପ୍ରଭୃତି ପାଞ୍ଚଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏତଦ୍ବ୍ୟତୀତ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ସମେତ ଅନ୍ୟ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି।