Odisha Weather Report: ତାପମାତ୍ରା କମୁଛି, ଆସନ୍ତା ୨୪ ଘଣ୍ଟାରେ ପାଗ ବଦଳିବ
ଭୁବନେଶ୍ଵର: ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ସହିତ ପାଣିପାଗରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ତେବେ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତା ୨୪ ଘଣ୍ଟା ପରେ ପାଗ ବଦଳିବ।
ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।
ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବା ପାଣିପାଗ ବିଭାଗସୂତ୍ରରୁ ଜଣାପଡିଛି।
Also Read | Watch Donald Trump: ଦେଖନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ YMCA ଗୀତରେ ନାଚିବାର ଭିଡିଓ