Weather Odisha Live: ଶୀତରେ ଥରୁଛି ଓଡ଼ିଶା, ଆଗକୁ ଆହୁରି ବଢିବ, ସେପଟେ ବାତ୍ୟା ମାଣ୍ଡୋସ୍ କରିବ ଲ୍ୟାଣ୍ଡଫଲ୍
ଭୁବନେଶ୍ଵର: Weather Odisha Live ଶୀତରେ ଓଡ଼ିଶା ଥରୁଛି। ଓଡ଼ିଶାକୁ ଉତ୍ତରଦିଗରୁ କ୍ରମାଗତଭାବେ ଶୁଷ୍କ ଓ ଥଣ୍ଡାବାୟୁ ପ୍ରବେଶ କରୁଥିବା ଯୋଗୁଁ ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେତେକ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଆଜି ଫୁଲବାଣୀଠାରେ ତାପମାତ୍ରା ୬.୬ ଡିଗ୍ରୀ ସେଲ୍ସିୟସ୍ ଥିବାବେଳେ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରହିଛି। ଅଧିକ ଥଣ୍ଡା ଯୋଗୁଁ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡ଼ୁଛି।ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Weather Odisha Live) ପକ୍ଷରୁ ସୂଚନା ମିଳିଛି।
Weather Mandus cyclone Live: ବାତ୍ୟା ମାଣ୍ଡୋସ୍
ସେପଟେ ଦକ୍ଷିଣ ବଙ୍ଗୋପସାଗରର ବାତ୍ୟା ମାଣ୍ଡୋସ୍ (mandus cyclone) ତାମିଲନାଡୁର ମହାବଳିପୁରମ୍ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ଯେ ସାମୁଦ୍ରିକ ଝଡ଼ ମାଣ୍ଡୋସ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର କାରାଇକାଲ ଠାରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି।
ସେହିପରି ସାମୁଦ୍ରିକ ବାତ୍ୟା ମାଣ୍ଡୋସ ଉତ୍ତର ତାମିଲନାଡୁରୁ ପଶ୍ଚିମ ଉତ୍ତର-ପଶ୍ଚିମ ଆଡକୁ ଅଗ୍ରସର ହେଉଛି। ଏହା ପୁଡୁଚେରୀ ଏବଂ ଏହାର ଆଖପାଖ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଶୁକ୍ରବାର ମଧ୍ୟରାତ୍ରିରେ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି।
Advertisement

ଫଳରେ ଚେନ୍ନାଇରେ ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଛି। ଆଇଏମଡି ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଅରେଞ୍ଜ ସତର୍କ ସୂଚନା ଜାରି କରିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ଏନଡିଆରଏଫ ଦଳ ନିୟୋଜିତ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଉଦ୍ଧାର କାରୀ ଏବଂ ରିଲିଫ ଦଳ ସତର୍କ ଅଛନ୍ତି। ନୌସେନାରେ ବିମାନ ଏବଂ ଜାହାଜ ଥିବାରୁ ତଟରକ୍ଷୀ ବାହିନୀକୁ ମଧ୍ୟ ସତର୍କ କରାଯାଇଛି। ସାମୁଦ୍ରିକ ଝଡ଼ ମାଣ୍ଡୋସ ପ୍ରଭାବରେ ତିରୁମାଲା, ତିରୁପତିରେ ପ୍ରବଳ ବର୍ଷା ଲାଗିରହିଛି।
ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ମାଣ୍ଡୋସ୍ ଲ୍ୟାଣ୍ଡଫଲ୍ କଲାପରେ ଏହି ଝଡ଼ ଶନିବାର, ଡିସେମ୍ବର ୧୦ରେ ଆନ୍ଧ୍ରପ୍ରଦେଶରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଜାରି ରହିବାର ସମ୍ଭାବନା ରହିଛି।
