ଆଜିର ରାଶିଫଳ

ମେଷ: ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ। ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ। ପୁରୁଣା ସାଙ୍ଗ ମାନେ ସାହାଯ୍ୟ ଓ ସହଯୋଗ ଦେବେ। ଆପଣ ବଳକା ସମୟରେ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି। କିନ୍ତୁ ସେଠି ତାଙ୍କର କିଛି କଥାଆପଣଙ୍କୁ ଭଲ ନ ଲାଗିବାରୁ ସମୟ ପୂର୍ବରୁ ଫେରିଆସିପାରନ୍ତି।

ବୃଷ: ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ। ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ, କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ। ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି। ଲୋକମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ ନାହିଁ। ଯଦି ଆପଣ ଠିକ ନିଷ୍ପତ୍ତି ନେଇପାରିବେ ତାହେଲେ କେହି ଆପଣଙ୍କର କିଛି ବିଗାଡ଼ି ପାରିବେନି।

ମିଥୁନ: ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ। ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ। କୌଣସି କୌତୁହଳ ଜନକ ବ୍ୟକ୍ତିଙ୍କୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି। ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ। ଆଜି ଦିନ ବହୁତ ବଢ଼ିଆ ହୋଇ ପାରେ- ସାଙ୍ଗ କିମ୍ବା ଚିହ୍ନ ଲୋକଙ୍କ ସହିତ ବାହାରକୁ ଯାଇ ପାରନ୍ତି।

କର୍କଟ: ଆଜି ଆପଣକୁ କିଛିଟା ଯୁକ୍ତି ତର୍କ ଯୋଗୁ ଚାପ କିମ୍ବା ମନ ଖରାପ ଅନୁଭବ ହାଇ ପାରେ। ଘରେ ପଡିଥିବା କୌଣସି ପୁରୁଣା ବସ୍ତୁକୁ ଦେଖି ଆପଣ ଭାବ ବିହ୍ଵଳ ହୋଇପାରନ୍ତି ଏବଂ ପୁରା ଦିନ ତାକୁ ସଫା କରିବାରେ ଲାଗିପାରନ୍ତି। ଆପଣଙ୍କ ଶାନ୍ତ ହୃଦୟ ପାଇଁ ଘର ପରିସର ମଧ୍ୟ ଭଲ ରଖିବାରେ ଆପଣ ସକ୍ଷମ ହୋଇପାରିବେ।

ସି˚ହ: ଆଜି ପୂର୍ଣ୍ଣ ଭାବେ ଭଲ ଜିନିଷ ଉପରେ ଖର୍ଚ୍ଚ କରି ବାର ଦିନ ଯାହାର ମୂଲ୍ୟ ଦିନକୁ ଦିନ ବଢ଼ି ପାରେ। ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ। ପରିବାର ଲୋକଙ୍କ ସହିତ ଟିକେ ବିବାଦ ହୋଇ ପାରେ। କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ। ଆଜି ଆପଣ ସବୁ ଚିନ୍ତା ଛାଡି ରଚନାତ୍ମକ ଆଡ଼କୁ ଆକର୍ଷିତ ହୋଇପାରନ୍ତି।

କନ୍ୟା: ଆର୍ଥିକ ଅବସ୍ଥା ଯୋଗୁଁ ଆପଣ ମାନସିକ ଚାପରେ ରହିବେ। ପାରିବାରିକ ଦାଇତ୍ୱ ଭାର ବଢ଼ିବ, ଯାହା ମାନସିକ ଯନ୍ତ୍ରଣା ଅନୁଭବ କରି ପାରନ୍ତି। ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି। ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଆଜି କୌଣସି ନଦୀ ପାଖରେ କିମ୍ବା କୌଣସି ପାର୍କ ବୁଲିବା ଗୋଟେ ଉତ୍ତମ ବିକଳ୍ପ।

ତୁଳା: ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ। ଯଦି ଆପଣଙ୍କର ଯାତ୍ରା କରିବାର ଅଛି , ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି ହୋଇପାରେ। ବିଶେଷତଃ ଆପଣଙ୍କର ପର୍ସର ଧ୍ୟାନ ରଖନ୍ତୁ। ଆଜି ବହୁତ ସାରା ରୋଚକ ଆମନ୍ତ୍ରଣ ସହ ଗୋଟେ ଉପହାର ବି ମିଳି ପାରେ।

ବିଛା: ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ। ବ୍ୟକ୍ତିଗତ କଥାକୁ ସମାଧାନ କରିବା ସମୟରେ ଦୟା ଦେଖନ୍ତୁ,କିନ୍ତୁ ନିଜର ପାଟି ନିୟନ୍ତ୍ରଣରେ ରଖନ୍ତୁ ନଚେତ ଯୋଉ ମାନଙ୍କୁ ଆପଣଙ୍କୁ ପ୍ରେମ ଓ ଆପଣଙ୍କର ଚିନ୍ତା କରନ୍ତି,ସେଇ ମାନଙ୍କୁ କଷ୍ଟ ଦେଇ ପାରନ୍ତି। ଆଜି ଦିନସାରା ପରିବାର ସଦସ୍ୟଙ୍କ ସହିତ ସମୟ କାଟି ଜାଣିପାରିବେ ଜୀବନରେ ସମ୍ବନ୍ଧର ମୂଲ୍ୟ କେତେ। ବିଦେଶରେ ରହୁଥିବା କୌଣସି ଦୂର ସମ୍ପର୍କୀୟଙ୍କ ବିଷୟରେ କୌଣସି ଖରାପ ଖବର ଆପଣଙ୍କୁ ମିଳିପାରେ।

ଧନୁ: ଆଜି ଆପଣ ଆତ୍ମବିଶ୍ୱାସ ଓ ଉର୍ଜାରେ ଭରି ରହିବେ ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନିଜର ଜୀବନସାଥିଙ୍କର ସଫଳତାର ପ୍ରଶଂସା କରନ୍ତୁ ଓ ତାଙ୍କର ଖୁସିରେ ଉଲ୍ଲସିତ ହୁଅନ୍ତୁ। ନିଜର ସାହସର ଲାଭ ଉଠାନ୍ତୁ ଓ ନୂଆ ନୂଆ ବନ୍ଧୁ ଓ ବନ୍ଧୁତ୍ୱ କରିବାକୁ ଚେଷ୍ଟା କରନ୍ତୁ। ଆଜି ଆପଣଙ୍କ ପାଖରେ ଯଥେଷ୍ଟ ସମୟ ଥିବାର ସମ୍ଭାବନା ଅଛି, କିନ୍ତୁ ଏହି ମୂଲ୍ୟବାନ ମୁହୂର୍ତ୍ତକୁ ନଷ୍ଟ କରନ୍ତୁ ନହିଁ।

ମକର: ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ। ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ। କାମ ଚାପ ଯୋଗୁଁ ନିଜ ଘର ଲୋକ ଓ ସାଙ୍ଗ ସାଥୀ ମାନଙ୍କୁ ସମୟ ଦେଇ ପାରିବେ ନାହିଁ। ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ।

କୁମ୍ଭ: ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ। ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ। ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ। ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ। ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ।

ମୀନ: ଉଦାସ ଓ ବିଷାଦଗ୍ରସ୍ତ ରୁହନ୍ତୁ ନାହିଁ। ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବ, ତାହା ଉପରେ ବିଚାର କରନ୍ତୁ। କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ। ବାହାର ଜିନିଷ ପ୍ରତି ଆପଣଙ୍କ ରୁଚି ଆଉ ନାହିଁ,କାରଣ ଆପଣ ନିଜକୁ ସର୍ବଦା ପ୍ରଥମ ଭଲ ପାନ୍ତି। ପ୍ରତ୍ୟେକ କଥାକୁ ଠିକ ଭାବରେ ବୁଝିବାକୁ ଆପଣ ଚେଷ୍ଟା କରିବା ଦରକାର। ନଚେତ ଖାଲି ସମୟରେ ଆପଣ କେବଳ ଏହି କଥା ଭାବି ଭାବି ସମୟ ବର୍ବାଦ କରିବେ। ଅନ୍ୟମାନେ କେବଳ ଆପଣଙ୍କୁ ଉପଦେଶ ବା ତାଙ୍କର ମତ ଦେଇପାରନ୍ତି।
Also Read | Odisha Covid19: ଆଜି ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ