Corona Vaccine: ଦେଶରେ ୧ କୋଟିରୁ ଏବଂ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କରୋନା ପ୍ରତିଷେଧକ ଟିକା ପ୍ରଦାନ

Share this:

ନୂଆଦିଲ୍ଲୀ: ଦେଶରେ ଅଦ୍ୟାବଧି ୧ କୋଟି ୧୧ଲକ୍ଷ ୧୬ହଜାର ୮୫୪ ହିତାଧିକାରୀଙ୍କୁ କରୋନା ପ୍ରତିଷେଧକ (Corona Vaccine) ଟିକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। କେବଳ ଗତ ୨୪ଘଣ୍ଟା ମଧ୍ୟରେ ୩୧ହଜାର ୬୮୧ଜଣଙ୍କୁ ଟିକା ପ୍ରଦାନ କରାଯାଇଛି ।

ସେହିପରି ଓଡ଼ିଶାରେ ଗତକାଲି ସୁଦ୍ଧା ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ମିଶାଇ ୫ ଲକ୍ଷ ୩୩ହଜାର ୯୩ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ପ୍ରଥମ ଡୋଜ୍‍ ଟିକାକରଣରେ ୪ ଲକ୍ଷ ୩୮ ହଜାର ୧୨୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଥିବା ବେଳେ ୯୪ ହଜାର ୯୬୬ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ଏପର୍ଯ୍ୟନ୍ତ ୧ ଲକ୍ଷ ୪୭ ହଜାର ୧୮୮ ଜଣ ଆଗଧାଡ଼ିର ଯୋଦ୍ଧା ଏହି ଟିକାକରଣରେ ସାମିଲ ହୋଇଛନ୍ତି। ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦେବା ଲକ୍ଷ୍ୟରେ ସରକାର ଟିକାକରଣ ଅବଧିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାର ସୂଚନା ରହିଛି।

[amazon_auto_links id=”9932″]

Share this: