Breaking Newsଓଡ଼ିଶାଜାତୀୟ

ଯୋଗୀ ସରକାରରେ ଥିବା ମନ୍ତ୍ରୀ କମଲ ରାଣୀ ବରୁଣଙ୍କ କରୋନାରେ ଦେହାନ୍ତ ;ସିଏମ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ ସ୍ଥଗିତ

Share this:

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣଙ୍କ ରବିବାର ଦେହାନ୍ତ ହୋଇଛି। କରୋନା ଭାଇରସ ସଂକ୍ରମଣ ହେତୁ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ଏସଜିପିଜିଆଇ(SGPGI )ର ଡାକ୍ତର ଅମିତ ଅଗ୍ରୱାଲ ଏ ଘୋଷଣା କରିଛନ୍ତି। ମନ୍ତ୍ରୀ କମଲ ରାନୀ ବରୁଣଙ୍କ ମୃତ୍ୟୁ ପରେ ସିଏମ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଗସ୍ତକୁ ସ୍ଥଗିତ ରଖିଛନ୍ତି।

ଉତ୍ତରପ୍ରଦେଶରେ ବିଶ୍ଵ ମହାମାରୀ କରୋନାଭୂତାଣୁ ବିସ୍ତାର ଜାରି ରହିଛି। ଡକ୍ଟର ଅମିତ ଅଗ୍ରୱାଲ କହିଛନ୍ତି ଯେ ସେ ସିଭିଅର କୋଭିଡ -୧୯ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। କରୋନା ପାଇଁ ନିର୍ଦ୍ଧାରିତ ରେମିଡିସଭିର ସମେତ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଔଷଧ  କ୍ରମାଗତ ଭାବରେ ଦିଆଯାଉଥିଲା, କିନ୍ତୁ ଉନ୍ନତି ହେଉ ନଥିଲା।

ପୂର୍ବରୁ ମନ୍ତ୍ରୀ କମଳା ରାନୀ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡରେ ପୀଡ଼ିତ ଥିଲେ। ତାଙ୍କର ପ୍ରଥମ ସପ୍ତାହ ସ୍ୱାସ୍ଥ୍ୟ ସ୍ଥିର ରହିଥିଲା, କିନ୍ତୁ ହଠାତ୍ ଗତ ତିନି ଦିନ ଧରି ଅବସ୍ଥା ଖରାପ ହେବାକୁ ଲାଗିଲା। ଶନିବାର ସନ୍ଧ୍ୟାରେ  ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇଥିଲା। ରବିବାର ସକାଳ ୯ ରେ ତାଙ୍କର ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ ,ମନ୍ତ୍ରୀ କମଳା ରାନୀ ବରୁଣ ୧୯୯୬ ଏବଂ ୧୯୯୮ ମସିହାରେ କାନପୁର ଜିଲ୍ଲାର ଘାଟପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଏକାଦଶ ଏବଂ ଦ୍ୱାଦଶ ଲୋକସଭାର ସଦସ୍ୟ ଥିଲେ। ସେ ରାଜନୀତିରେ କାଉନସିଲର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।

Share this: