ଚବନପ୍ରାଶ ଖାଇବା ଏବଂ ପ୍ରାଣାୟାମ ଉପରେ କରୋନା ରୋଗୀଙ୍କ ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Union Health Ministry) ଆଜି ପୋଷ୍ଟ-କରୋନା ପ୍ରୋଟୋକଲ୍ (Post covid-19 ପ୍ରୋଟୋକଲ୍) ଉପରେ ଏକ ନୂଆ ପ୍ରୋଟୋକଲ୍ ପ୍ରକାଶ କରିଛି। ଏଥିରେ ଲୋକମାନଙ୍କୁ ଯୋଗାସନ ଏବଂ ପ୍ରାଣାୟାମ କରିବା ସହିତ ଚବନପ୍ରାଶ (Chyawanprash) ଖାଇବାକୁ ପରାମର୍ଶ ଦିଆଯାଇଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କାରୋନା ସଂକ୍ରମିତ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଆୟୁଷ ମନ୍ତ୍ରଣାଳୟ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ କହିଛି। ମନ୍ତ୍ରଣାଳୟ ପ୍ରୋଟୋକଲରେ କହିଛି ଯେ, ଧୀରେ ଧୀରେ ଘରେ କିମ୍ବା ଅଫିସରେ କାମ ଆରମ୍ଭ କରିବା, ପର୍ଯ୍ୟାପ୍ତ ନିଦ ଏବଂ ବିଶ୍ରାମ, ଦୈନିକ ଯୋଗାସନ(Yogasana), ପ୍ରାଣାୟାମ(Pranayama) ଏବଂ ଧ୍ୟାନ କରିବା ଉଚିତ।
ମନ୍ତ୍ରଣାଳୟ କହିଛି ଯେ ଡାକ୍ତରଙ୍କ ଦ୍ୱାରା ବତାଯାଇଥିବା ବ୍ୟାୟାମ (Exercise) ସହିତ ସକାଳ ଓ ସନ୍ଧ୍ୟାରେ ଚାଲନ୍ତୁ, ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ। ମଦ୍ୟପାନ ଏବଂ ସିଗାରେଟ୍ ଠାରୁ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କରୋନା ରୋଗୀଙ୍କୁ ପ୍ରତିଦିନ ଏକ ଚାମଚ ଚବନପ୍ରାଶ୍ ଗରମ କ୍ଷୀର କିମ୍ବା ପାଣି ସହିତ ଖାଇବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଗରମ ପାଣି କିମ୍ବା କ୍ଷୀରରେ ଏକ ଚାମଚ ହଳଦୀ ପିଅନ୍ତୁ। ଆହୁରି ମଧ୍ୟ, ଲୋକଙ୍କୁ ଚାଲିବା ଏବଂ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।
Union Health Ministry issues 'post COVID-19 management protocol'; use of Chyawanprash, Yogasana, Pranayama and walks among suggestions. pic.twitter.com/aNLzi6P3hw
— ANI (@ANI) September 13, 2020