ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୩ ଜଣ ଆକ୍ରାନ୍ତ

Share this:

କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ସୁସ୍ଥ

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ  ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ଙ୍କ ସହିତ ମୋଟ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ଜଗତ୍‌ସିଂହପୁର ରୁ ୨୧ ଜଣ, କନ୍ଧମାଳ ରୁ ୧୮ ଜଣ, ଖୋର୍ଦ୍ଧା ରୁ ୧୨ ଜଣ, ଭଦ୍ରକ ରୁ ୧୧ ଜଣ, ଗଜପତି ରୁ ୯ ଜଣ, କଳାହାଣ୍ଡି ରୁ ୭ ଜଣ ସୁସ୍ଥ ହୋଇଛନ୍ତି ।ଏହା ସହିତ  ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ ଓ ସୁନ୍ଦରଗଡ଼ ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାଗଡ଼ ,ବଲାଙ୍ଗୀର, ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ  ଓ କୋରାପୁଟରୁ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି ।

Share this: