India-Israel: ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ

Share this:

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ (India) ଓ ଇସ୍ରାଏଲ (Israel) ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ (PM Modi)ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ରରେ ନିମ୍ନୋକ୍ତ ବିଷୟଗୁଡିକ ସ୍ଥାନ ପାଇଛି।

◆ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଓ ଜ୍ଞାନ ବିନିମୟ

◆ ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା

◆ ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ ଓ କସ୍ମୋଟିକ୍ସ କ୍ଷେତ୍ରରେ ନିୟନ୍ତ୍ରଣ ସଂକ୍ରାନ୍ତ ତଥ୍ୟ ବିନିମୟ

◆ ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ଓ ଜନସ୍ୱାସ୍ଥ୍ୟ ସମସ୍ୟା ନେଇ ପାରସ୍ପରିକ ସହଯୋଗ

◆ ଜଳବାୟୁ ସୁହାଇବା ଭଳି ହସ୍ପିଟାଲ ବା ସବୁଜ ସ୍ୱାସ୍ଥ୍ୟ ସେବାର ବିକାଶ ନେଇ ସହଯୋଗ

◆ ବିଭିନ୍ନ କ୍ଷେତ୍ରରେ ଗବେଷଣା ନେଇ ବୁଝାମଣା

◆ ଉଭୟଙ୍କ ମଧ୍ୟରେ ସହମତିକ୍ରମେ ଅନ୍ୟାନ୍ୟ ସହଯୋଗ

ଉଭୟ ପକ୍ଷ ନିଜ ନିଜ ମଧ୍ୟରେ ଗୋଲ ଟେବୁଲ ବୈଠକ, ପାଠ୍ୟଚକ୍ର, ଆଲୋଚନାଚକ୍ର, କର୍ମଶାଳା ଓ ସମ୍ମିଳନୀମାନ ଆୟୋଜନ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମନ୍ଵୟ ଓ ବିକାଶ ସୁନିଶ୍ଚିତ କରିବେ ।

Also Read|Turkey Earthquake: ୪ ବର୍ଷିୟ ଝିଅ ଆଗରେ ଭୂକମ୍ପ ହାର; ୯୧ ଘଣ୍ଟା ପରେ ହାଥ ହଲେଇ ଡାକିଲା ଉଦ୍ଧାରକାରୀ ଦଳକୁ

Share this:

Leave a Reply

Your email address will not be published. Required fields are marked *