ଓଡ଼ିଶାରେ ଦୈନିକ ସଂକ୍ରମଣ ତିନିହଜାର ତଳକୁ ଖସୁନି,ଆଜି ପୁଣି ୩୯୧୩ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩ ହଜାର ୯୧୩ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ  ୨ ହଜାର ୩୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୫୬୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୬୮ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୮୬ ଜଣ, କଟକରୁ ୩୮୨ ଜଣ, କନ୍ଧମାଳ ଜିଲ୍ଲାରୁ ୮୬ ଜଣ, କୋରାପୁଟରୁ ୧୦୦ ଜଣ, କେନ୍ଦ୍ରାପଡ଼ାରୁ ୧୫୬ ଜଣ, କେଉଁଝରରୁ ୭୬ ଜଣ ଓ କଳାହାଣ୍ଡିରୁ ୬୦ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୪୧ ଜଣ, ସୁନ୍ଦରଗଡ଼ରୁ ୩୫ ଜଣ ଓ ସୋନପୁର ଜିଲ୍ଲାରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୨୮ ଜଣ, ଜଗତସିଂହପୁରରୁ ୧୦୮ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୬୨  ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୪୬ ଜଣ, ବାଲେଶ୍ଵରରୁ ୧୩୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୪୨ ଜଣ, ବୌଦ୍ଧରୁ ୬୧ ଜଣ ଏବଂ ଭଦ୍ରକରୁ ୧୨୩ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୧୨ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୦ ଜଣ, ନବରଙ୍ଗପୁରରୁ ୧୧୨ ଜଣ ଓ ନୂଆପଡ଼ାରୁ ୧୨୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୭୪ ଜଣ, ଦେଓଗଡରୁ ୧୫ ଜଣ, ରାୟଗଡାରୁ ୯୮ ଜଣ, ଅନୁଗୋଳରୁ ୧୦୩ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୪୭ ଜଣ ଏବଂ ମାଲକାନଗିରିରୁ ୬୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୦୭ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୪ ଲକ୍ଷ ୨୩ ହଜାର ୧୨୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୫୦ ହଜାର ୮୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ହଜାର ୮୪୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ AIIMS ରେ ଭର୍ତ୍ତି

ଓଡ଼ିଶାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: