T20 World Cup 2022: ଇଂଲଣ୍ଡ ପାକିସ୍ତାନକୁ ହରାଇ ଚମ୍ପିୟାନ
T20 World Cup 2022: ଟି-୨୦ ବିଶ୍ୱକପ ୨୦୨୨ ଇଂଲଣ୍ଡ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଛି। ଆଜି ରବିବାର ଫାଇନାଲ ମ୍ୟାଚ ଏମସିଜିରେ ଖେଳାଯାଇଥିଲା। ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ୫୨ ରନ୍ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ବଳରେ ପାକିସ୍ତାନ ୫ ଉଇକେଟ୍ରେ ପରାସ୍ତ ହୋଇଛି।
ସୂଚନାଯୋଗ୍ୟ, ଇଂଲଣ୍ଡର ଏହା ହେଉଛି ଦ୍ୱିତୀୟ ଟି -୨୦ ବିଶ୍ୱକପ ଟାଇଟେଲ। ପୂର୍ବରୁ ଇଂଲଣ୍ଡ ଏହି ଟ୍ରଫି ୨୦୧୦ରେ ହାସଲ କରିଥିଲା। ଆଜି ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଇଂଲଣ୍ଡ ୧୯ ଓଭରରେ ଏହି ଲକ୍ଷ୍ୟ ହାସଲ କରି ଚମ୍ପିୟାନ (T20 World Cup 2022) ହୋଇଛି।

ଉଲ୍ଲେଖଯୋଗ୍ୟ, ଉଭୟ ଦଳ ସେମିଫାଇନାଲ ଖେଳିଥିବା ଟିମକୁ ଅପରିବର୍ତ୍ତିତ ରଖିଥିଲେ। ଏହାପୂର୍ବରୁ ପାକିସ୍ତାନ ନିଜର ପ୍ରଥମ ଦୁଇଟି ସୁପର ୧୨ ଗେମ୍ ହାରିବା ପରେ ପରବର୍ତ୍ତୀ ତିନିଟିରେ ଜିତିବା ସହ ନ୍ୟୁଜିଲ୍ୟାଣ୍ଡକୁ ସାତ ୱିକେଟ୍ ରେ ସେମିଫାଇନାଲରେ ହରାଇ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ସୁପର ୧୨ ପର୍ଯ୍ୟାୟ ଗ୍ରୁପ୧ ରେ ସାତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

