Odisha Vigilance Raid: ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରି

Share this:

ଭୁବନେଶ୍ୱର : Odisha Vigilance Raid ଆଜି ସୋମବାର ଜଣେ ଯନ୍ତ୍ରୀଙ୍କୁ ରାଜ୍ୟ ଭିଜିଲାନ୍ସ ବିଭାଗ ଧରିଛି। ସେ ହେଉଛନ୍ତି ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର (RWSS) ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା। ଆଜି ଟାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ୍‌ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

bags_amazon-discounts

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଭୁବନେଶ୍ୱରର ଆଇଗିଣିଆରେ ଥିବା ତିନି ମହଲା କୋଠା ଦୋକାନ, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଏସପିଏସ କନଷ୍ଟ୍ରକସନ୍ କନସଲଟାନସି, ପାତ୍ରପଡ଼ାରେ ଥିବା ଫ୍ଲାଟ, ନୟାପଲ୍ଲୀରେ ଥିବା ତ୍ରବେଣୀ ଅଟୋଟେକ୍, କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁରରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର କଂସରାରେ ଥିବା ଶଶୁର ଘର, ମୟୂରଭଞ୍ଜର ଉଦଳାରେ ଥିବା ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଏହି ଚଢ଼ାଉ କରାଯାଉଛି। ଏହି ଚଢାଉ (Odisha Vigilance Raid) ରେ ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସାମିଲ କରାଯାଇଛି।

Read Also | OPSC ASO ପରୀକ୍ଷା ରେଜଲ୍ଟକୁ ନେଇ ହାଇକୋର୍ଟ ଗଲେ ପରୀକ୍ଷାର୍ଥୀ

You Might Also Like It

Share this:

Leave a Reply

Your email address will not be published. Required fields are marked *