Breaking Newsଓଡ଼ିଶାପାଣିପାଗ Weather report odisha: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୪ ଜିଲ୍ଲାରେ ବର୍ଷା ସମ୍ଭାବନା March 30, 2022 MahimaLive 17 Views Angul Temperature, Gajapati News, Mahimalive Odisha, ODISHA NEWS, odisha weather report, Rayagada News, Summer Days, Titilagargh Temperature 0 min read Share this: ଭୁବନେଶ୍ଵର: Weather report odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Summer flow) ଜାରି ରହିଥିବା ବେଳେ ଆଜିଠାରୁ ଏପ୍ରିଲ୍ ୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ପବନ ବହିବାର ସମ୍ଭାବନା ରହିଥିବାରୁ ଏହି ତାପମାତ୍ରା ବୃଦ୍ଧି ପାଇବ। ସେହିପରି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି। Read Also | Covid19 Odisha Report: ଆଜି ରାଜ୍ୟରୁ ଆଉ ୫୯ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ Share this: