Covid19 Odisha Report: ଆଜି ଓଡିଶାରୁ ୩୨ କରୋନା ପଜିଟିଭ ଚିହ୍ନଟ

covid19update-min
Share this:

ଭୁବନେଶ୍ଵର: Odisha Covid-19 Report ଗତକାଲି ରାଜ୍ୟରୁ ୫୯ କରୋନା ସଂକ୍ରମିତ (Coronavirus) ଚିହ୍ନଟ ହୋଇଥିଲାବେଳେ ଆଜି ୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୦ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୨ଜଣ, ବରଗଡ଼ରୁ ଜଣେ, ବଲାଙ୍ଗୀରିରୁ ୩ଜଣ, କଟକରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲ୍ଲାରୁ ୫ଜଣ, ଯାଜପୁରରୁ ଜଣେ, ଝାରସୁଗୁଡାରୁ ଜଣେ, କେନ୍ଦ୍ରାପଡାରୁ ୩ଜଣ, ଖୋର୍ଦ୍ଧାରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୁରଭଞ୍ଜରୁ ଜଣେ, ସମ୍ବଲପୁରରୁ ୩ଜଣେ, ସୁନ୍ଦରଗଡରୁ ୪ଜଣ ଏବଂ ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୬ ଲକ୍ଷ ୬୪ ହଜାର ୭୧୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୬୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୬ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୮୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: