Jammu and Kashmir: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ଵାରା ହିଜବୁଲର ବରିଷ୍ଠ କମାଣ୍ଡର ସାଇଫୁଲ୍ଲା ନିହତ
ନୂଆଦିଲ୍ଲୀ: ରବିବାର ଦିନ ଜାମ୍ମୁ କାଶ୍ମୀର (Jammu and Kashmir) ର ଶ୍ରୀନଗର (Srinagar) ରେ ମିଳିତ ପୋଲିସ ଏବଂ CRPF ଅପରେସନରେ ହିଜବୁଲ ମୁଜାହିଦ୍ଦିନ (Hizbul Mujahideen) ର ବରିଷ୍ଠ କମାଣ୍ଡର ତଥା ଆତଙ୍କବାଦୀ (Terrorist) ସାଇଫୁଲ୍ଲା (Saifullah) କୁ ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରର ପୁରୁଣା ଏୟାରଫିଲ୍ଡ ନିକଟ ରଙ୍ଗରେଥ (Rangreth) ରେ ଆତଙ୍କବାଦୀକ ଉପସ୍ଥିତି ଖବର ଆଧାରରେ ସୁରକ୍ଷା ବାହିନୀ ସେମାନଙ୍କୁ ଘେରି ରହିଥିଲେ।
ସେନା ଏହି ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅଧିକାରୀ କହିଛନ୍ତି ଯେ ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ସାଇଫୁଲ୍ଲା ବୋଲି ଜଣା ପଡିଛି, ଯାହାକୁ ସୁରକ୍ଷା ଏଜେନ୍ସି ଦ୍ଵାରା ଆତଙ୍କବାଦୀ ଆକ୍ରମଣ ମାମଲାରେ ଖୋଜୁଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ମଧ୍ୟ ଜଣେ ଆତଙ୍କବାଦୀକୁ ଗିରଫ କରିଛି।
Op #Rangreth, #Srinagar.
— Chinar Corps🍁 – Indian Army (@ChinarcorpsIA) November 1, 2020
Joint operation was launched based on @JmuKmrPolice inputs today afternoon.
Cordon was laid and contact was established.
Firefight ensued.
Joint Operation in progress.#Kashmir@adgpi @NorthernComd_IA pic.twitter.com/bKKHjrsjed
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଜାମ୍ମୁ କାଶ୍ମୀରର ବୁଦ୍ଧଗାମର ଚାଡୁରା ସ୍ଥିତ ସାମରିକ ବାହିନୀର କ୍ୟାମ୍ପରେ ଏକ ହ୍ୟାଣ୍ଡ ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଅଜ୍ଞାତ ବାଇକ୍ ଆରୋହୀମାନେ CRPF ଶିବିରରେ ଏକ ଚାଇନିଜ୍ ଗ୍ରେନେଡ୍ ଫିଙ୍ଗିଥିଲେ, କିନ୍ତୁ ଏହା ଗ୍ରେନେଟ୍ ଫାଟକ ନିକଟରେ ବିସ୍ଫୋରଣ ହୋଇଥିଲା କିନ୍ତୁ ଏଥିରେ କୋଣସି କ୍ଷତି ହୋଇ ନଥିଲା।
Dr Saifullah who was number one commander of Hizbul Mujahideen has been killed in the encounter. It was a very successful operation: Jammu and Kashmir DGP Dilbag Singh https://t.co/a6ycuuyXdh pic.twitter.com/6BX3yCvHSE
— ANI (@ANI) November 1, 2020
Also Read| Watch: ଜ୍ୟୋତିରାଦିତ୍ୟ ସିନ୍ଧିଆ କାହିଁକି ‘ହଁ ମୁଁ କୁକୁର’ ବୋଲି କହିଲେ?