ହୃଦୟ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣା; ‘ହୃଦୟ’ ବଞ୍ଚିଗଲା

Share this:

ଲସ୍ ଆଞ୍ଜେଲସ୍: ଏପରି ଦୃଶ୍ୟ ଆପଣ ଚଳଚ୍ଚିତ୍ରରେ ଦେଖନ୍ତି, କିନ୍ତୁ ବୋଧହୁଏ ବାସ୍ତବ ଜୀବନରେ ପ୍ରଥମ ଥର ପାଇଁ ଏପରି ହୋଇଛି। ଲସ୍ ଆଞ୍ଜେଲସ (Los Angeles) ରେ ହେଲିକପ୍ଟର ଆମ୍ବୁଲାନ୍ସ (Helicopter Ambulance) ଦ୍ୱାରା ନେଉଥିବା ହୃଦୟ (Heart) ଟ୍ରାନ୍ସପ୍ଲାଣ୍ଟ (Transplant) ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସତର୍କତା ଓ ପ୍ରସ୍ତୁତତା ହେତୁ ହୃଦୟକୁ ଶୀଘ୍ର ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ରୋଗୀ ପାଖକୁ ନିଆଯାଇଥିଲା।

ପ୍ରକୃତରେ, ହେଲିକପ୍ଟରଟି ସାନ ଡିଏଗା (San Diego) ଠାରୁ ପୂର୍ବ ଲସ୍ ଆଞ୍ଜେଲସ୍ ଅଭିମୁଖେ ଉଡ଼ିଥିଲା। ଦିନ ପ୍ରାୟ ୩.୧୫ ସମୟରେ ଡାକ୍ତରଖାନା ଛାତର ହେଲିପ୍ୟାଡରେ ଅବତରଣ କରିବା ପୂର୍ବରୁ ହଠାତ୍ ସ୍ପିନ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା। ସୌଭାଗ୍ୟବଶତଃ ପାଇଲଟ୍ ଏବଂ ଦୁଇଜଣ ସ୍ୱାସ୍ଥ୍ୟ କର୍ମୀ ଅଳ୍ପକେ ବଞ୍ଚି ଯାଇଥିଲେ।

ସଙ୍ଗେ ସଙ୍ଗେ ଉଦ୍ଧାର କର୍ମଚାରୀମାନେ ହାଇଡ୍ରୋଲିକ୍ ଉପକରଣ ଦ୍ଵାରା କାଟି ହୃଦୟ ଥିବା ବାକ୍ସଟିକୁ ବାହାର କରି ସୁରକ୍ଷିତ ଭାବରେ ରଖିଥିଲେ। ସେ ବାକ୍ସକୁ ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଇଥିଲେ। ସେ ଅପରେସନ୍ ଥିଏଟରକୁ ଦୌଡି ଗଲେ।

Also Read| US Election: ଯଦି ଟ୍ରମ୍ପ ହାରିବା ସତ୍ତ୍ୱେ White House ଛାଡିବାକୁ ମନା କରନ୍ତି, ତେବେ କଣ ହେବ?

Share this:

Leave a Reply

Your email address will not be published. Required fields are marked *