Chhatar Jatra : ଛତର ଯାତ୍ରା ପାଇଁ କଟକଣା,ଲାଗୁହେବ ୧୪୪ ଧାରା
କଳାହାଣ୍ଡି: ଆସନ୍ତା ୨୪ ତାରିଖ ଶନିବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା (Chhatar Jatra) ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି। ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ତେବେ କୋଭିଡ଼୍ ଗାଇଡ଼୍ ଲାଇନକୁ ପାଳନ କରି ଚଳିତ ବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେବ।
ଯାତ୍ରାରେ କେବଳ ଗୋଟିଏ ବାଜା ଓ ଗୋଟିଏ ଘୁମୁରା ଦଳ ସାମିଲ୍ ହେବେ। ଗତକାଲି ଜିଲ୍ଲା ଏସପି ବି. ଗଙ୍ଗାଧର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଏନେଇ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ପୂଜାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରକରାଯାଇଛି। ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ଏହି କଟକଣାକୁ କଡ଼ାକଡ଼ି କରାଯାଇଛି।
ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରାଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି। ଆସନ୍ତାକାଲି ଦିନ ୧୨ଟା ଠାରୁ ୨୫ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ। ଏଥିନିମନ୍ତେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
Also Read | ଛତର ଯାତ୍ରାରେ ପଶୁବଳି ନିଷେଧ କରିବା ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ସୁପ୍ରୀମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ