Corona: ଅନୁଗୁଳ ଜିଲ୍ଲାରୁ ଆଜି ଆଉ ୭୯୨ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଆଜି ପୁଣି ଆଉ ୭୯୨ଜଣ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ୨୪୧ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୧୯୪ଜଣ (୧୨୦ ଜଣ ପୁରୁଷ ଓ ୭୪ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୧୨୧ଜଣ (୮୭ଜଣ ପୁରୁଷ ଓ ୩୪ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୧୧୯ଜଣ (୮୯ ଜଣ ପୁରୁଷ ଓ ୩୦ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୯୩ଜଣ (୫୬ଜଣ ପୁରୁଷ ଓ ୩୭ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୬୫ଜଣ (୩୭ଜଣ ପୁରୁଷ ଓ ୨୮ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୫୧ଜଣ (୩୭ ଜଣ ପୁରୁଷ ଓ୧୪ ଜଣ ମହିଳା), କିଶୋରନଗର ବ୍ଳକ ଅଂଚଳରୁ ୪୨ଜଣ (୩୧ଜଣ ପୁରୁଷ ଓ ୧୧ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୩୪ଜଣ (୨୦ଜଣ ପୁରୁଷ ଓ ୧୪ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୩୦ଜଣ (୧୭ ଜଣ ପୁରୁଷ ଓ ୧୩ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୮ଜଣ (୧୭ ଜଣ ପୁରୁଷ ଓ୧୧ ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୫ଜଣ (୯ଜଣ ପୁରୁଷ ଓ ୬ଜଣ ମହିଳା) ଅଛନ୍ତି।

ସେହିପରି ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୨୦ ଜଣକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୬୬୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୫ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Cyclone Yaas: ୟାସ୍ ପାରାଦ୍ୱୀପଠାରୁ ୫୦୦ କିମିଦୂରରେ, ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ହେବ, ଲକଡାଉନ କୋହଳ

[amazon_auto_links id=”9939″]
Share this: