ଗାଁଲୋକ କରୋନା ଟିକା ନେଲେନି,SDM ଗାଁର ବିଦ୍ୟୁତ ଦେଲେ କାଟି,ରେସନ ବନ୍ଦ

Share this:

କୌନ୍ନଜ: କରୋନା ଭୂତାଣୁ (Corona) ସଂକ୍ରମଣ ରୋକିବା ପାଇଁ କୋଭିଡ ଟିକା (Covid-19 Vaccine) ଦିଆଯିବା ନେଇ ଗାଁର ଲୋକଙ୍କ ମଧ୍ୟରେ ଭୟ ରହିଛି। କରୋନା ଟିକାକୁ ନେଇ ଆତଙ୍କ ଖେଳିଯାଇଥିଲା ଯେତେବେଳେ ଗାଁରେ ଏକ ଟୀକାକରଣ ଶିବିର ଆୟୋଜନ କରାଯାଇଥିଲା। ତେଣୁ ଟୀକାକରଣ ପାଇଁ କେହି ବାହାରକୁ ଆସିଲେ ନାହିଁ। ଘଟଣା ହେଉଛି ଉତ୍ତରପ୍ରଦେଶର କୌନ୍ନଜର ଭେରପୁର ଗ୍ରାମର। ଏଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପରେ ଟୀକାକରଣ କରିବାକୁ କେହି ଆସି ନଥିବା ବେଳେ କ୍ରୋଧିତ ହୋଇ ସ୍ଥାନୀୟ ଏସଡିଏମ (Sub-Divisional Magistrate -SDM) ଗାଁର ବିଦ୍ୟୁତ କାଟି  ଦେଇଥିଲେ।

ସୂଚନା ଅନୁସାରେ  ସ୍ୱାସ୍ଥ୍ୟ କର୍ମଚାରୀ ଦଳ ଗ୍ରାମବାସୀଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଟୀକାକରଣ କରିବାକୁ କହିଥିଲେ। ଯେତେବେଳେ କୌଣସି  ଗ୍ରାମବାସୀ ଦୀର୍ଘ ସମୟ ଧରି ଟୀକାଦାନ କେନ୍ଦ୍ରରେ ପହଁଚିଲେ ନାହିଁ, ସେତେବେଳେ ଦାୟିତ୍ୱରେ ଥିବା ଟିମ ମ୍ୟାନେଜର ଏସଡିଏମ୍ ଦେବେଶ ଗୁପ୍ତାଙ୍କୁ ସୂଚନା ଦେଇଥିଲେ। ସେ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ତିନି ଘଣ୍ଟା ବୁଝାଇଥିଲେ। କିନ୍ତୁ ଟୀକାକରଣ ପାଇଁ କେହି ପ୍ରସ୍ତୁତ ହୋଇନଥିଲେ। ଏଥିରେ ରାଗିଯାଇ ଏସଡିଏମ ଗାଁର ବିଦ୍ୟୁତ କାଟି ଦେଇଥିଲେ। ଡିଲରକୁ ଡାକି ରାସନ ବଣ୍ଟନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ମଧ୍ୟ ଗ୍ରାମବାସୀ ଟିକା ନେଇନଥିଲେ।

ତେବେ ଗଣମାଧ୍ୟମରେ ଏହି ଖବର ଆସିବା ପରେ ଜିଲ୍ଲା ପ୍ରଶାସନ ଭେରପୁର ଗାଁର ବିଦ୍ୟୁତ ସଂଯୋଗ କରିଛି। କିନ୍ତୁ ତା’ପରେ ମଧ୍ୟ ଗାଁର ବୟସ୍କଙ୍କ ସହିତ ସମସ୍ତ ଯୁବକ ଗୋଟିଏ ସ୍ୱରରେ କହୁଛନ୍ତି ଯେ ଆମେ ଟିକା ନେବୁ ନାହିଁ। ତାଙ୍କ କହିବା ଅନୁଯାୟୀ ଟିକା ନେବା ପରେ ଲୋକମାନେ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି ଏବଂ ସେମାନେ ମରୁଛନ୍ତି ବୋଲି ଗାଁର ଲୋକମାନେ କହିଛନ୍ତି। ଟିକା ନେଇ  ସେମାନେ କୌଣସି ବିପଦ ନେବାକୁ ଚାହାଁନ୍ତି ନାହିଁ। ବର୍ତ୍ତମାନ ସମସ୍ୟା ପରେ ଜିଲ୍ଲା ପ୍ରଶାସନ କହିଛି ଯେ ବିଦ୍ୟୁତ୍ ସମଗ୍ର ଗାଁ ପାଇଁ ନୁହେଁ, କେବଳ ଡିଫଲ୍ଟର୍ସଙ୍କ କଟାଯାଇଥିଲା।

Also Read | ୭ ବର୍ଷ ପରିବର୍ତ୍ତେ TET ର Valid ବର୍ତ୍ତମାନ ସାରା ଜୀବନ:ଶିକ୍ଷା ମନ୍ତ୍ରଣାଳୟ

Share this:

Leave a Reply

Your email address will not be published. Required fields are marked *