Corona:ଦେଶରେ ଗତ ୨୪ଘଣ୍ଟାରେ ୫୪୦୪୪ନୂଆ କରୋନା ସଂକ୍ରମିତ ଚିହ୍ନଟ, ୮୪ ଦିନପରେ ୫୦ ହଜାରକୁ ଖସିଲା

Share this:

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା (Corona Virus) ଗତି ପୂର୍ବ ଅପେକ୍ଷା ଟିକେ ମନ୍ଥର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନା ୫୪ ହଜାର ୪୪ ନୂତନ ପଜିଟିଭ ମାମଲା ରିପୋର୍ଟ ହୋଇଛି। ଭାରତରେ ୮୪ ଦିନ ପରେ ୫୦ହଜାରକୁ ଖସି ଆସିଛି। ଗତକାଲି ମୋଟ ୪୭ ହଜାର ନୂତନ ରୋଗୀ ଚିହ୍ନଟ ହୋଇଥିଲେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୭୬ ଲକ୍ଷ ୫୧ ହଜାର ୧୦୮ କରୋନା ମହାମାରୀ ମାମଲା ରିପୋର୍ଟ ହୋଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୧୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟଅନୁସାରେ  ଦେଶରେ ୭ ଲକ୍ଷ ୪୦ ହଜାର ୯୦ କରୋନା ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୪୪୮ ହ୍ରାସ ରେକର୍ଡ କରାଯାଇଛି। ଏହା ସହିତ ୬୭ ଲକ୍ଷ ୯୫ ହଜାର ୧୦୩ ରୋଗୀ ସୁସ୍ଥ ହୋଇଯାଇଛନ୍ତି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୭୭୫ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

Also Read | HCNG : ଆବଶ୍ୟକତା ପୂରଣ ପାଇଁ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଉର୍ଜା ଯୋଗାଣ ସରକାରଙ୍କ ପ୍ରାଥମିକତା-ଧର୍ମେନ୍ଦ୍ର ପ୍ରଧାନ

Share this:

Leave a Reply

Your email address will not be published. Required fields are marked *