Odisha School: ୨୦ରୁ କମ୍‍ ପିଲା ପଢ଼ୁଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇପାରିବ ନାହିଁ: ହାଇକୋର୍ଟ

Share this:

କଟକ: ରାଜ୍ୟରେ ୨୦ରୁ କମ୍‍ ପିଲା ପାଠ ପଢ଼ୁଥିବା ବିଦ୍ୟାଳୟ (School) କୁ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏନେଇ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସେହି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଛୋଟ ଛୋଟ ପିଲାମାନେ ଦୂର ସ୍କୁଲ୍‍କୁ ଯାଇ ପାଠ ପଢ଼ିବା ବେଆଇନ ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି। ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଉପରେ ଗୁରୁତ୍ୱଦେବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି।

TV_assoc

ପୂର୍ବରୁ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ  ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଗତ ମାର୍ଚ୍ଚ ୩୦ରେ ହାଇକୋର୍ଟ ବନ୍ଦ କରିଥିଲେ।  ରାଜ୍ୟ ସରକାରକୁ  ଏ ସମ୍ପର୍କରେ ଏପ୍ରିଲ ୧୩ ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ସରକାରୀ ନିଷ୍ପତି ହେବ, ସେଥିରେ ଯଦି ଆବେଦନକାରୀ ସନ୍ତୁଷ୍ଟ ନ ହେବେ, ସେ ପୁନଃ କୋର୍ଟଙ୍କ ଦ୍ଵାରସ୍ଥ ହୋଇପାରିବେ ବୋଲି ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ସରକାରୀ ସ୍କୁଲରେ ୨୦ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥାଆନ୍ତି, ତେବେ ସେହି ସ୍କୁଲକୁ ବନ୍ଦ କରିଦେବା ସହ ନିକଟସ୍ଥ ସ୍କୁଲ୍ ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଅଭିଭାବକ ମହାସଂଘ ତରଫରୁ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାଏର କରାଯାଇଥିଲା।

Also Read | Corona କାଳରେ ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ଫି ନେଇ ପାରିବେ ନାହିଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Share this:

Leave a Reply

Your email address will not be published. Required fields are marked *